ନିର୍ବାଚନୀ ହିଂସା : ଚନ୍ଦନଭାଟିରେ ଚାପା ଉତ୍ତେଜନା, ୧ ପ୍ଲାଟୁନ ଫୋର୍ସ ମୁତୟନ

ବଲାଙ୍ଗୀର : ବଲାଙ୍ଗୀର ଚନ୍ଦନଭାଟି ଗାଁରେ ଏକ ଛୋଟିଆ ପ୍ରସଙ୍ଗକୁ ନେଇ ଗଣ୍ଡଗୋଳ ଘଟିଛି। ଏଥିରେ ପ୍ରଫୁଲ୍ଲ ମେହେର ନାମକ ଜଣେ ବିଜେଡି କର୍ମୀ ଆହତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାକୁ ନେଇ ଚନ୍ଦନଭାଟି ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି। ପୁଲିସ ୧ ପ୍ଲାଟୁନ ଫୋର୍ସ ଚନ୍ଦନଭାଟି ଗାଁରେ ମୁତୟନ କରିଛି। ବିଜେଡି-କଂଗ୍ରେସ କର୍ମୀଙ୍କ ଗଣ୍ଡଗୋଳ ଘଟଣା ଏବେ ରାଜନୈତିକ ରୂପ ନେଇଛି। ବିଜେଡିର ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ ଅର୍କେଶ ନାରାୟଣ ସିଂହଦେଓ ହସପିଟାଲକୁ ପହଞ୍ଚି କଂଗ୍ରେସକୁ ଘଟଣା ପାଇଁ ଦାୟୀ କରିଛନ୍ତି। ଅନ୍ୟପଟେ ଘଟଣା ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ଚନ୍ଦନଭାଟି ଗ୍ରାମର ଲୋକେ ବଲାଙ୍ଗୀର ଏସପି କେ.ଶିବା ସୁବ୍ରମଣିଙ୍କୁ ରାତି ୧୧ଟାରେ ଦେଖା କରିଛନ୍ତି। ସମଗ୍ର ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ବଲାଙ୍ଗୀର ଏସପି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର