ବୌଦ୍ଧ/ମନମୁଣ୍ଡା : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଦେଖା ଦେଇଛି। ବିଜେଡି ପ୍ରାର୍ଥୀ ମହୀଧର ରଣାଙ୍କୁ ଗାଡ଼ିକୁ ବିରୋଧୀ ପକ୍ଷର କିଛି ଲୋକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ଶ୍ରୀ ରଣା ଆଜି ପ୍ରଚାରରେ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରେ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକମାନେ ଅସ୍ତ୍ରଶସ୍ତ୍ର ଧରି ଆକ୍ରମଣ କରି ଭଙ୍ଗାରୁଜା କରିଥିଲେ।
ଆକ୍ରମଣ ବେଳେ ଗାଡ଼ିରେ ଥିବା ଡ୍ରାଇଭର ପ୍ରଫୁଲ୍ଲ ରଣା ଏ ସଂକ୍ରାନ୍ତରେ ପୁଲିସ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍ ୭୮/୨୦୧୯ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରହିଛି ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/SBPHO7-BOUDH-PHO-NIRBACHANI-HINSA-2_3.jpg)