ପାତ୍ରପୁର : ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ସୁରଙ୍ଗୀ ପଞ୍ଚାୟତରେ ଆଜି ବିଜେପି ଓ ବିଜେଡ଼ି କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ସୁରଙ୍ଗୀ ମନ୍ଦରଡ଼ା ରାସ୍ତା ଲହୁଣୀବଟ ଠାରେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଗଣ୍ଡଗୋଳରେ ଉଭୟ ଗୋଷ୍ଠୀର ୬ରୁ ଊର୍ଦ୍ଧ୍ବ କର୍ମୀ ଆହତ ହୋଇଥିବା ଖବର ମିଳିଛି। ଏହା ସହ ଦୁଇଟି ବାଇକ୍କୁ ପୋଡ଼ି ଦେଇଥିବା ଜଣାପଡ଼ିଛି। ଆହତଙ୍କୁ ଗୋଷ୍ଠୀ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଯାଇଥିବା ବେଳେ ଖବର ଲେଖା ପର୍ଯ୍ୟନ୍ତ ପୁଲିସରେ ଅଭିଯୋଗ ହୋଇନାହିଁ।
ଭୋଟ୍ ବାକ୍ସକୁ କଚାଡ଼ି ଭାଙ୍ଗିଦେଲେ
ଜଗତସିଂହପୁର :ଜଗତସିଂହପୁର ବ୍ଲକର ପଟସରା କେନ୍ଦ୍ରରେ ଏକ ବଡ଼ଧରଣର ବିଶୃଙ୍ଖଳା ଦେଖିବାକୁ ମିଳିଥିଲା। ସେଠାରେ ଥିବା ଯୁବକମାନେ ହଠାତ୍ ଭୋଟ୍ ବାକ୍ସଟିକୁ କଚାଡ଼ି ଭାଙ୍ଗି ଦେବା ସହ ପୁଲିଂ କର୍ମଚାରୀ ଓ ଅଧିକାରୀମାନେ ବସିଥିବା ଚୌକିକୁ ଫୋପାଡ଼ିଥିଲେ। ବ୍ୟାଲଟ୍ପେପର୍କୁ ମଧ୍ୟ ନେଇ ପଳାଇଥିଲେ। ସେଠାରୁ ଆସି ଏହି ଯୁବକମାନେ ଢ଼ୋଲବନ୍ଧ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ବୁଥ୍-୨ରୁ ଭୋଟ୍ବାକ୍ସକୁ ନେଇ ପଳାଇଥିଲେ। ଫଳରେ ଏହି ଦୁଇଟି ସ୍ଥାନରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା। ପରେ ଅଧିକାରୀମାନେ ସେଠାରେ ମତଦାନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/bike-bu.jpg)