ବରଗଡ଼ : ବରଗଡ଼ ଜିଲ୍ଲାରେ ପୌର ନିର୍ବାଚନ ସୁରୁଖୁରୁରେ ସରିଛି। ତେବେ ବରଗଡ଼ ସହର ୱାର୍ଡ ନମ୍ବର-୧୬ ବରମ୍‌ଚାରୀଠାରେ ନିର୍ବାଚନୀ ହିଂସା ଦେଖାଦେଇଛି। ମତଦାନ ସରିବାର କିଛି ସମୟ ପୂର୍ବରୁ ଏହି ଅଘଟଣ ଘଟିଥିଲା। ଜଣେ ଯୁବକଙ୍କୁ ସେଠାରେ ସଂଘବଦ୍ଧ ଭାବେ ଆକ୍ରମଣ ସହ ଛୁରାମାଡ଼ ହୋଇଛି। ଆହତ ଯୁବକ ଜଣକ ମିଥୁନ ବରିହା। ତିନିଜଣ ଯୁବକ ତାଙ୍କ ପାଖରେ ପହଂଚି ପାଟିତୁଣ୍ଡ କରିଥିଲେ। ପରେ ଜଣେ ଯୁବକ ମିଥୁନଙ୍କୁ ଛୁରାମାଡ଼ କରିଥିଲା। ଏଥିରେ ମିଥୁନଙ୍କ ପିଠ‌ିରେ ଆଘାତ ଲାଗିଛି। ତାଙ୍କୁ ତୁରନ୍ତ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ବିଧାୟକ ‌ଦେବେଶ ଆଚାର୍ଯ୍ୟ ଡାକ୍ତରଖାନା ପହଂଚି ମିଥୁନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ବିରୋଧି ଦଳର କର୍ମକର୍ତାମାନେ ଏଥିରେ ସାମିଲ ଥିବା ମିଥୁନ ଅଭିଯୋଗ କରିଛନ୍ତି।

Advertisment

ସରପଞ୍ଚଙ୍କ ପରିବାରକୁ ଆକ୍ରମଣ, ୪ ଆହତ
ଖମାର : ଖମାର ଥାନା ରଜଡଙ୍ଗ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ଦିବ୍ୟାଭାରତୀଙ୍କ ପରିବାର ଉପରେ ଆଜି ସଂଧ୍ୟାରେ ମରଣାନ୍ତକ ଆକ୍ରମଣ ହୋଇଛି। କେତେକ ଯୁବକ ମାରଣାସ୍ତ୍ରରେ ଆକ୍ରମଣ କରିବାରୁ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଣେ ଆକ୍ରମଣ ପରେ ଗଟଣା ପରେ ଫେରାର ହୋଇଯାଇଥିବା କୁହାଯାଉଛି। ଏହି ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ଅଭିଯୋଗରୁ ପ୍ରକାଶ, ରଜଡଙ୍ଗ ଗାଁରେ ସାତଦୋଳ ଯାତ୍ରା ଚାଲିଥିଲା ବେଳେ ଆଜି ସଂଧ୍ୟା ପ୍ରାୟ ୬ଟା ସମୟରେ ଠାକୁର ବିମାନରେ ବସି ଗାଁ ପରିକ୍ରମା କରିଥିଲେ। ରଜଡଙ୍ଗ ଗାଁର ଅଧିବାସୀ ତଥା ନବନିର୍ବାଚିତ ସରପଞ୍ଚ ଦିବ୍ୟାଭାରତୀଙ୍କ ସ୍ବାମୀ ସଂଜୟ ସାମଲ(୩୪), ସଂଜୟଙ୍କ ବଡ଼ଭାଇ ସରୋଜ ସାମଲ(୪୨), ବ୍ରଜମୋହନ ସାମଲ(୩୮) ଓ ବଡ଼ଭାଉଜ ନିରୁପମା ସାମଲ ନିଜ ଘର ସମ୍ମୁଖରେ ଛିଡ଼ାହୋଇ ଠାକୁର ଦର୍ଶନ କରୁଥିଲେ। ଏହି ସମୟରେ ରଜଡଙ୍ଗ ଗାଁର କେତେକ ଯୁବକ ଅତର୍କିତ ଭାବେ ପହଞ୍ଚି ସେମାନଙ୍କୁ ଖଣ୍ଡା ଓ ଭୁଜାଲିରେ ଆକ୍ରମଣକରି ଫେରାର ହୋଇଯାଇଥିଲେ। ଫଳରେ ଏହି ୪ଜଣଯାକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଖମାର ଡାକ୍ତରଖାନାରେ ଭର୍ତ୍ତିକରାଯାଇଛି। ତାଙ୍କ ମଧ୍ୟରୁ ସଂଜୟ ଓ ସରୋଜଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସଂଜୟ ଏ ସଂପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ଘଟଣା ସଂପର୍କରେ ପୁଲିସ ଛାନ୍‌ଭିନ୍‌ ଚଳାଇଛି।