ଭୁବନେଶ୍ବର : ନିର୍ବାଚନୀ ହିଂସା ନେଇ ପୁଣି ବିଜେପିକୁ ଟାର୍ଗେଟ୍ କରିଛି ବିଜେଡି। ମାର୍ଶାଘାଈ ବ୍ଲକ୍ କରିପଲୋପାଟଣାର ନାରାୟଣପୁର ବୁଥ୍ ନମ୍ବର ୧୪ରେ ବିଜେଡିର ୨୪ ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କୁ ବିଜେପି ନେତା ଓ କର୍ମୀ ଆକ୍ରମଣ କରିଛନ୍ତି ବୋଲି ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି।
ଶୁକ୍ରବାର ଦିନ ଦଳର ଏକ ପ୍ରତିନିଧି ମଣ୍ଡଳୀ ନିର୍ବାଚନ କମିସନର୍ଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଆକ୍ରମଣର ପ୍ରମାଣ ମଧ୍ୟ କମିସନର୍ଙ୍କୁ ପ୍ରଦାନ କରାଯାଇଛି। ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିଜେଡି ପ୍ରାର୍ଥୀ ଓ ସମର୍ଥକଙ୍କୁ ସୁରକ୍ଷା ଯୋଗାଇବାକୁ ଦଳ ପକ୍ଷରୁ ଦାବି ହୋଇଛି। ସେହିପରି ଜଗତସିଂହପୁର ଜିଲ୍ଲାର ପଟସରା ପଞ୍ଚାୟତରେ ଭୋଟ୍ ବାକ୍ସ ଲୁଟ୍ ଓ ମତଦାନ କେନ୍ଦ୍ରର କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣାରେ ମଧ୍ୟ ବିଜେଡି କାର୍ଯ୍ୟାନୁଷ୍ଠାନ ଦାବି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/m2-5.jpg)