ଟିକ୍ରାପଡ଼ା : ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା ଟିକ୍ରାପଡ଼ା ଫାଣ୍ଡି ଅନ୍ତର୍ଗତ ଯୁରାବନ୍ଧ ପଞ୍ଚାୟତରେ ନିର୍ବାଚନୀ ହିଂସା ଦେଖାଦେଇଛି।
ଅଭିଯୋଗ ଅନୁସାରେ, ଏହି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସତ୍ୟବସନ୍ତ ତାଣ୍ଡି ନିର୍ବାଚନ ପ୍ରଚାର କରୁଥିଲେ। ପ୍ରଚାର ଶେଷ ହେବା ପୂର୍ବରୁ ମାଧ୍ୟାହ୍ନ ଭୋଜନ ଆୟୋଜନ କରିଥିବା ସ୍ଥାନରେ ପ୍ରଚାର ଗାଡ଼ିକୁ ରଖି ସମର୍ଥକଙ୍କ ସହ ଆଲୋଚନା କରୁଥିଲେ। ଏହି ସମୟରେ ଏହି ପଂଚାୟତ ନୂଆମୁଣ୍ଡା ଗାଁର ବୁଦ୍ଧ ବିଶ୍ବାଳ, ଦୀନ ଠାକୁର ଓ ବୃନ୍ଦା ଠାକୁର ଉକ୍ତ ସ୍ଥାନରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ସେମାନଙ୍କୁ କାହିଁକି ଡକାଯାଇ ନାହିଁ ବୋଲି ଯୁକ୍ତିତର୍କ କରି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଗାଡ଼ିରେ ଲାଗିଥିବା ପୋଷ୍ଟର ଓ ବ୍ୟାନରକୁ ଫାଡ଼ି ଦେଇଥିଲେ। ଏହାକୁ ପ୍ରାର୍ଥୀ ସତ୍ୟବନ୍ତଙ୍କ ସମର୍ଥକ ରୁପା ପୋଢ଼ ଓ କହ୍ନେଇ ଠାକୁର ମନା କରିବାରୁ ସେମାନଙ୍କୁ ମାଡ଼ ମାରିଥିଲେ। ଏନେଇ ସତ୍ୟବନ୍ତ ତାଙ୍କ ସମର୍ଥକଙ୍କ ସହିତ ଟିକ୍ରାପଡ଼ା ଫାଣ୍ଡିରେ ପହଞ୍ଚି ଅଭିଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/clash.jpg)