ମୁଣ୍ଡ ଫାଟିଲା, ବାଇକ୍‌ ପୋଡ଼ି

ଘଣ୍ଟାପଡ଼ା : ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବଚନମଣ୍ଡଳୀ ଅନ୍ତର୍ଗତ ଠେଲକୋବେଡାରେ ନିର୍ବାଚନକୁ ନେଇ ଗଣ୍ଡଗୋଳ ହୋଇଛି। ଏଥିରେ ଜଣେ ଯୁବକଙ୍କ ମୁଣ୍ଡ ଫାଟି ଥିବା ବେଳେ ଏକ ବାଇକକୁ ପୋଡ଼ି ଦିଆଯାଇଛି।

ଅଭିଯୋଗ ଅନୁସାରେ, ତିଲେଇମାଲ ଗାଁର ପ୍ରକାଶ ରଣା (୨୮) ସଂଧ୍ୟା ୫ଟାରେ କୌଣସି କାମରେ ଚାରଭାଟି ଗାଁକୁ ଯାଇଥିଲେ। ସେଠାରୁ ନିଜ ଗାଁକୁ ଫେରୁଥିବା ବେଳେ ଠେଲକୋବେଡ଼ା ଗାଁ ମୁଣ୍ଡରେ କିଛି ଲୋକ ଅଟକାଇଥିଲେ। ସ୍ୱାଧୀନ ବିଧାୟକ ପ୍ରାର୍ଥୀ ପାଇଁ ପ୍ରଚାର କରୁଛୁ ତତେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଏହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ଏକ ଠେଙ୍ଗାରେ ମୁଣ୍ଡକୁ ଜୋର୍‌ରେ ଆଘାତ ଦେଇଥିଲେ। ଫଳରେ ପ୍ରକାଶ ଜୀବନ ବିକଳରେ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟମାନେ ତାଙ୍କୁ ଧରି ବିଧା, ଗୋଇଠା ମାରିଥିଲେ। ଏଥି ସହ ତାଙ୍କ ବାଇକ୍‌ (ଓଡି ୩୧- ୧୯୭୬) ପୋଡ଼ି ଦେଇଥିବା ପ୍ରକାଶ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର