ଭୁବନେଶ୍ୱର : ଦିନକ ପରେ ଅର୍ଥାତ୍ ଆସନ୍ତା ମେ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିଲାଗି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରବିବାର ସନ୍ଧ୍ୟାରୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମଧ୍ୟ ପଚାର ଶେଷ ହୋଇଛି। ନିର୍ବାଚନାକୁ ଶାନ୍ତି ଶୃଙ୍ଖଳାର ସହ କରିବାକୁ ଯୋଜନା କରାଯାଉଥିଲେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା। କେଉଁଠି ବିଜେଡି, ବିଜେପି ଗାଡ଼ି ଉପରକୁ ବୋମାମାଡ଼ ହେଲାଣି ତ ଅନ୍ୟକେଉଁଠି କଂଗ୍ରେସର ପ୍ରଚାର ଗାଡ଼ି ଉପରେ ହେଲାଣି ଆକ୍ରମଣ। ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ହିଂସା ସେତେ ବୃଦ୍ଧି ପାଇବାରେ ଲାଗିଛି।
ଭୋଟ ପୂର୍ବରୁ ନିର୍ବାଚନୀ ହିଂସା। ରବିବାର ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ସାରି ଫେରୁଥିବା ବେଳେ ବିଜେଡିର ଭୁବନେଶ୍ୱର ମଧ୍ୟ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଗାଡି ଉପରେ ହୋଇଛି ଆକ୍ରମଣ। ଏହି ଆକ୍ରମଣରେ ଅନନ୍ତ ଗୁରୁତର ଆହତ ହୋଇଛନ୍ତି । ଏଥିରେ ଅନନ୍ତଙ୍କ ହାତ ଓ ମୁଣ୍ଡରେ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନନ୍ତଙ୍କ ସହ ତାଙ୍କ ସହଯୋଗୀ ମଧ୍ୟ ଆହତ ହୋଇଛନ୍ତି ।
ଏହାପୂର୍ବରୁ ରବିବାର ଭୁବନେଶ୍ୱର ମଧ୍ୟ ଆସନରୁ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡି ଉପରକୁ ବି ବୋମାମାଡ ଅଭିଯୋଗ ସାମ୍ନାକୁ ଆସିଥିଲା। ସେହିପରି ଘସିପୁରାରେ ପିସିସି ସଭାପତିଙ୍କ ଗାଡ଼ି ଉପରକୁ ମଧ୍ୟ ଆକ୍ରମଣ ହୋଇଛି। ଏଥିରେ ୧୫ରୁ ଊର୍ଦ୍ଧ୍ବ କଂଗ୍ରେସ କର୍ମୀ ଆହତ ହେବା ସହିତ ଗାଡ଼ିରେ ଥିବା କେତେକ କଂଗ୍ରେସକର୍ମୀଙ୍କ ଗୋଡ଼ରେ ଗୁଳି ବାଜି ଆହତ ହୋଇଥିବା ଜଣାପଡିଛି।
ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ଲଗାତାର ଯେଉଁଭଳି ଭାବେ ପ୍ରାର୍ଥୀଙ୍କୁ ଆକ୍ରମଣ କରାଯାଉଛି ତାହା ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ ଟି ବିଧାନସଭା ଆସନରେ ମତ ସାବ୍ୟସ୍ତ କରିବେ ମତଦାତା । ଏଥିରେ ଭୁବନେଶ୍ୱର, ପୁରୀ, ସମ୍ବଲପୁର,କଟକ,ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା କ୍ଷେତ୍ରପାଇଁ ଭୋଟଗ୍ରହଣ ହେବ।
ସେହିପରି ସମ୍ବଲପୁରର ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୪୪ ଧାରା ଜାରି କରାଯାଇଛି। ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ପାଇଁ ୧୪୪ ଧାରା ଜାରି କଲେ ସମ୍ବଲପୁର ଜିଲ୍ଲାପାଳ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/attack.jpg)