ସରପଞ୍ଚ ପ୍ରାର୍ଥିନୀଙ୍କ ଘର ଉପରେ ଦୁର୍ବୃତ୍ତଙ୍କ ଧ୍ବଂସଲୀଳା, ମା’ଙ୍କ ସହ ସରପଞ୍ଚ ପ୍ରାର୍ଥୀ ନିଖୋଜ!

ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍‌ ବେଟେଶ୍ବର ପଞ୍ଚାୟତର ବେଟେଶ୍ବର ଗ୍ରାମ ଓ ପେଣ୍ଡୁରାପଲ୍ଲୀ ଗ୍ରାମରେ ଶୁକ୍ରବାର ରାତି ୮ଟା ପରେ ପରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଘଟିଛି। ବେଟେଶ୍ବର ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ରଶ୍ମିତା ପଲାଇଙ୍କ ଘର ଉପରେ ଶତାଧିକ ଦୁର୍ବୃତ୍ତ ଧ୍ବଂସଲୀଳା ରଚିଥିବା ବେଳେ, ଖବର ଲେଖାହେବା ଯାଏଁ ରଶ୍ମିତାଙ୍କ ଘର ଉପରେ ଆକ୍ରମଣ ଜାରି ରହିଥିବା ଖବର ମିଳିଛି। ତେବେ, ସରପଞ୍ଚ ପ୍ରାର୍ଥିନୀ ରଶ୍ମିତା ଓ ତାଙ୍କ ମା’ ନିଖୋଜ ଅଛନ୍ତି। ସେହି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଦୁର୍ବୃତ୍ତମାନେ ପେଣ୍ଡୁରାପଲ୍ଲୀ ଗ୍ରାମର ସୁରଜିତ ବରାଳ ଓ ବିଶ୍ବଜିତ ବରାଳଙ୍କୁ ମାରଣାସ୍ତ୍ର ଯୋଗେ ଆକ୍ରମଣ କରି ଲହୁଲୁହାଣ କରିଥିବା ବେଳେ, ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବା ଏବଂ ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର