ଭଞ୍ଜନଗର:ଭଞ୍ଜନଗରର ତୁରୁମୁ ପଞ୍ଚାୟତର ବେରୁଆବାଡି ଗାଁର ୪୭୮ ନମ୍ବର ବୁଥ୍ରେ ନିର୍ବାଚନୀ ହିଂସା ଘଟିଛି। ବୁଥ୍ରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ ଦେଖିବାକୁ ମିଳିଛି । ବିଜେପି କର୍ମୀଙ୍କୁ ବିଜେଡି ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ବିଜେଡ଼ିକର୍ମୀମାନେ ବୁଥ୍ ରିଗିଂ କରିବାକୁ ଚେଷ୍ଟା କରୁଥିବାବେଳେ ବିଜେପି କର୍ମୀମାନେ ବିରୋଧ କରିଥିଲେ। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ଏହା ସହିତ ମାରପିଟ୍ ଆରମ୍ଭ ହୋଇଯାଇଥିଲା । ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/18a.jpg)