ଫୁଲବାଣୀ : କନ୍ଧମାଳର ଯେଉଁ ଅଞ୍ଚଳରେ ଗତକାଲି ମାଓବାଦୀ ହିଂସାକାଣ୍ଡ ଘଟିଥିଲା, ଆଜି ସେଠାରେ ଶାନ୍ତିଶୃଙ୍ଖଳା ସହିତ ଭୋଟଗ୍ରହଣ ଶେଷ ହୋଇଛି। ତେବେ, ମାଓବାଦୀମାନେ ରାସ୍ତାରେ ଗଛକାଟି ପକାଇ ଦେଇଛନ୍ତି। ଫଳେର, ନିର୍ବାଚନରେ ନିୟୋଜିତ କର୍ମଚାରୀମାନେ ବୁଥ୍ରେ ଅଟକି ରହିଛନ୍ତି।
ଗତକାଲି ମାଓବାଦୀମାନେ ଗୁଳିମାଡ଼ କରିବା ଫଳରେ ୨ଟି ଗାଡ଼ି ଧ୍ବଂସ ହେବା ସହିତ ଜଣେ ମହିଳା ସୁପର୍ଭାଇଜର୍ଙ୍କର ମୃତ୍ୟୁ ହୋଇଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ପରିଚାଳନାକୁ ନେଇ ପୁଲିସ ଓ ପ୍ରଶାସନ ଆଶଙ୍କା ମଧ୍ୟରେ ରହିଥିଲେ। ସେଥିପାଇଁ ଭୋଟଗ୍ରହଣ ସମୟରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଥିଲେ। ଅତିରିକ୍ତ ଡିଜି ଓ ଦକ୍ଷିଣାଞ୍ଚଳ ରାଜସ୍ବ କମିସନର ବି କନ୍ଧମାଳରେ ରହି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ମାଓ ହମଲା ପରେ ଅଧିକ ପୁଲିସ ଅଧିକାରୀ ଓ ଫୋର୍ସ ପୁଣି କନ୍ଧମାଳରେ ପହଞ୍ଚିଥିଲେ। ମାଓ ଅଞ୍ଚଳରେ କଡା ପ୍ରହରା ଦେବା ସହ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା। ଯାହାଫଳରେ, ଫିରିଙ୍ଗିଆ, ଗୋଛାପଡା, ବାଲିଗୁଡା, ତୁମୁଡିବନ୍ଧ, ଦାରିଙ୍ଗବାଡି ଆଦି ଅଞ୍ଚଳ ମାଓ ପ୍ରଭାବିତ ବୁଥଗୁଡିକରେ ଶାନ୍ତିଶୃଙ୍ଖଳାର ସହ ମତଦାନ ହୋଇଥିଲା।
ତେବେ, ଆଜି ଅପରାହ୍ନ ୪ଟାରେ ଭୋଟ ସରିବା ପରେ ପୋଲିଂ ଦଳ ଆସିବାକୁ ବାହାରିବା ସମୟରେ ମାଓବାଦୀ ରାସ୍ତାରେ ଗଛ କାଟି ପକାଇଥିବା ଶୁଣି ବୁଥ୍ରେ ଅଟକି ରହିଛନ୍ତି। ପୁଲିଂ ଦଳ ଭୟଭୀତ ଅବସ୍ଥାରେ ବୁଥରେ ରହିଥିବା ବେଳେ ସଂଧ୍ୟା ହୋଇ ଯାଇଥିବାରୁ ସେମାନଙ୍କୁ ଉଦ୍ଧାର କରି ଆଣିବା ନିମନ୍ତେ ପୁଲିସ ଓ ପ୍ରଶାସନ ପକ୍ଷରୁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇ ପାରିନାହିଁ। ପୁଲିସ ଟିମ ନ ପହଞ୍ଚିବା ପର୍ଯ୍ୟନ୍ତ ବୁଥ ନ ଛାଡିବାକୁ ପୋଲିଂ ଦଳକୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/plbapl18-mao-area-viting.jpg)