ଭୁବନେଶ୍ବର: ରାଜ୍ୟର ୩ ପ୍ରମୁଖ ସହରରେ ପୌର ନିର୍ବାଚନ ବନ୍ଦ ରହିଛି । ସମ୍ବଲପୁର ଆଉ ରାଉରକେଲାରେ ପୌର ନିର୍ବାଚନ ଗତ ୧୧ ବର୍ଷ ହେଲା ବନ୍ଦ ରହିଛି। ସେହିପରି, ପୁରୀରେ ଗତ ୬ ବର୍ଷ ହେଲା ପୌର ନିର୍ବାଚନ ବନ୍ଦ ରହିଛି । ତେବେ ଏନେଇ ହାଇକୋର୍ଟଙ୍କ ଶୁଣାଣି ପରେ, ପୁଣିଥରେ ଏହି ୩ ସହରରେ ପୌର ନିର୍ବାଚନ ଆରମ୍ଭ ହେବ। ଏସମ୍ପର୍କରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । 

Advertisment

ମନ୍ତ୍ରୀ କହିଛନ୍ତି, ସମ୍ବଲପୁର, ରାଉରକେଲା ଏବଂ ପୁରୀରେ ପୌର ନିର୍ବାଚନ ଦୀର୍ଘ ବର୍ଷ ହେଲା ବନ୍ଦ ରହିଛି । ବିଜେଡି ସରକାରଙ୍କ ଅମଳରେ ପୌର ନିର୍ବାଚନ  ବର୍ଷ ବର୍ଷ ଧରି ବନ୍ଦ ରହିଥିଲା ।  ଏହି ୩ ସହରରେ ପୁଣିଥରେ ନିର୍ବାଚନ କରିବାକୁ ସରକାର ଯୋଜନା କରୁଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସରିଛି ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। 

ଅଧିକ ପଢ଼ନ୍ତୁ: ସୁଭଦ୍ରା ଯୋଜନା ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ଘର ଘର ବୁଲି ସର୍ଭେ ହେବ: ଉପମୁଖ୍ୟମନ୍ତ୍ରୀ

ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଯାହା ଆବଶ୍ୟକତା ରହିଛି ଆମ ସରକାର ତାହା କରିବ ବୋଲି  ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। 

ତେବେ ହାଇକୋର୍ଟରେ ଏହି ମାମଲା ବିଚାରାଧିନ ରହିଛି । ସରକାରଙ୍କ ଓକିଲ ମଧ୍ୟ ଲଢ଼ୁଛନ୍ତି । ବିଚାରପତିଙ୍କ ରାୟ ଆସିବା ପରେ ସରକାର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ମନ୍ତ୍ରୀ କହିଛନ୍ତି । 

ଅଧିକ ପଢ଼ନ୍ତୁ: ରତ୍ନଭଣ୍ଡାର ଚାବି ହଜିବା ଘଟଣାର ରିପୋର୍ଟ ସାର୍ବଜନୀନ ହେବ ନାହିଁ: ସରକାରଙ୍କ ସତ୍ୟପାଠ