ମାର୍ଚ୍ଚ ୨୬ରେ ସାରା ରାଜ୍ୟରେ ଆଇନଜୀବୀ ସଂଘ ନିର୍ବାଚନ

କଟକ : ରାଜ୍ୟର ସମସ୍ତ ଆଇନଜୀବୀ ସଂଘର କର୍ମକର୍ତ୍ତା ନିର୍ବାଚନ ଆସନ୍ତା ମାର୍ଚ୍ଚ ୨୬ରେ ଅନୁଷ୍ଠିତ ହେବ। ଏ ନେଇ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବ ବର୍ଷ ଭଳି ୱାନ୍ ବାର୍ ୱାନ୍ ଭୋଟ ନିୟମ ଆଧାରରେ ରାଜ୍ୟର ସମସ୍ତ ସ୍ବୀକୃତିପ୍ରାପ୍ତ ବାର୍ ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ ମାର୍ଚ୍ଚ ମାସର ଶେଷ ଶନିବାର ୨୬ ତାରିଖ ଦିନ କରାଯିବ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କିଛି ବର୍ଷ ହେବ ରାଜ୍ୟର ସମସ୍ତ ଆଇନଜୀବୀ ସଂଘର ନିର୍ବାଚନ ଗୋଟିଏ ତାରିଖରେ ୱାନ୍ ବାର୍ ୱାନ୍ ଭୋଟ ନିୟମ ପାଳନ କରି ଆୟୋଜନ କରାଯାଉଛି। ସାରା ରାଜ୍ୟରେ ପ୍ରାୟ ଦେଢ ଶହରୁ ଅଧିକ ବାର୍ ଆସୋସିଏସନରେ ୨୦୨୨-୨୩ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ କରାଯିବ।

ସମ୍ବନ୍ଧିତ ଖବର