ଆଗାମୀ ନିର୍ବାଚନରେ ର୍ନିଣ୍ଣାୟକ ହେବେ ଏହି ୬ ରାଜ୍ୟ, ପୁଣି କ୍ଷମତାକୁ ଆସିପାରେ ବିଜେପି!

ନୂଆଦିଲ୍ଲୀ: ପୂରା ଦେଶରେ ଏବେ ରାଜନୀତିର ମାହଲ। ସାଧାରଣ ର୍ନିବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଟିକେଟ ବଂଟନ ପାଇଁ ବିଭିନ୍ନ ଦଳ ମଧ୍ୟରେ କସରତ ଆରମ୍ଭ ହୋଇଯାଇଛି। ପ୍ରାର୍ଥୀ ତାଲିକା ଶେଷ ରୂପ ଦେବାକୁ ଲାଗିପଡ଼ିଛନ୍ତି ସମସ୍ତ ରାଜନୈତିକ ଦଳ। ସେପଟେ ର୍ନିବାଚନରେ ହାରଜିତକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା। କିଏ ଜିତିବ ୨୦୧୯ ର୍ନିବାଚନ ଆଉ କାହାକୁ ଦେଖିବାକୁ ପଡ଼ିବ ପରାଜୟ ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ୨୦୧୯ରେ ବିଜେପି ୧୦୧୪ର ସଫଳତା ଦୋହରାଇ ପାରିବ କି ଉଠିଛି ବଡ଼ ପ୍ରଶ୍ନ।

୨୦୧୪ ର୍ନିବାଚନରେ ଦେଶର ୮୦ ପ୍ରତିଶତ ଲୋକସଭା ଆସନ ଜିତି ଇତିହାସ ରଚିଥିବା ବିଜେପି ପୁଣି ଦୋହରାଇବ କି ଅତୀତର ରେକର୍ଡ । ର୍ନିବାଚନ ତାରିଖ ଘୋଷଣା ହେବା ପରେ କିଛି ଏଭଳି ପ୍ରଶ୍ନ ରାଜନୈତିକ ମାହୋଲକୁ ହଠାତ କରିଛି ସରଗରମ୍‌ । ତେବେ ଦେଶର ୬ଟି ବଡ଼ ରାଜ୍ୟ ୟୁପି, ବିହାର, ମଧ୍ୟ ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର ଓ ଗୁଜରାଟରେ ବିଜେପିର ପ୍ରଦର୍ଶନ ଉପରେ ଦଳର ଭାଗ୍ୟ ବହୁ ପରିମାଣରେ ନିର୍ଭର କରିବା କୁହାଯାଉଛି। ଅନ୍ୟପଟେ ସରକାର ଗଢ଼ିବାକୁ ମ୍ୟାଜିକ୍‌ ସଂଖ୍ୟା ୨୭୨ ହୋଇଥିବାରୁ ଏହି ରାଜ୍ୟଗୁଡ଼ିକରେ ବିଜେପିର ପ୍ରଦର୍ଶନ ସବୁକିଛି ସ୍ଥିର କରିବ ବୋଲି କୁହାଯାଉଛି।

– ୟୁପି, ବିହାର, ମଧ୍ୟ ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର ଓ ଗୁଜରାଟରେ ୨୭୮ଟି ଲୋକସଭା ସିଟ୍‌ ରହିଛି ତେଣୁ ଏହି ରାଜ୍ୟଗୁଡ଼ିକରେ ପ୍ରଦର୍ଶନ ବିଜେପି ପାଇଁ ର୍ନିଣ୍ଣାୟକ ହେବ।

– ୧୯୮୯ ମସିହାରୁ ଏହି ରାଜ୍ୟଗୁଡ଼ିକର ଅତିକମରେ ୭୦ ପ୍ରତିଶତ ଲୋକସଭା ସିଟ୍‌ ବିଜେପି ଦଖଲ୍‌ କରିଆସିଛି।

– ୨୦୧୪ ମସିହା ର୍ନିବାଚନରେ ଏହି ରାଜ୍ୟଗୁଡ଼ିକର ୮୦ ପ୍ରତିଶତ ଲୋକସଭା ଆସନ ବିଜେପି ଦଖଲ କରିଥିଲା।

– ଏହି ୬ଟି ରାଜ୍ୟକୁ ଛାଡ଼ିଦେଲେ ଦେଶର ଅନ୍ୟ ରାଜ୍ୟରୁ ମାତ୍ର ୬୧ଟି ଲୋକସଭା ଆସନରେ ବିଜେପି ୨୦୧୪ରେ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର