ରାଜନୈତିକ ହିଂସା, ଜଣେ ଗୁରୁତର

ଦାନଗଦୀ: ଯାଜପୁରରୋଡ ଥାନା ଅନ୍ତର୍ଗତ ଦାନଗଦୀ ବ୍ଲକ୍‌ ମଙ୍ଗଳପୁର ପଞ୍ଚାୟତ ଖରଡ଼ି ଗ୍ରାମରେ ଆଜି ସନ୍ଧ୍ୟାରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ଖରଡ଼ି ଗ୍ରାମର ସୁଦର୍ଶନ ରାଉତଙ୍କ ପୁଅ ମାଧବାନନ୍ଦ (୪୨)। ଆଜି ସନ୍ଧ୍ୟାରେ ସେହିଗ୍ରାମର ଜଣେ ଯୁବକ ମାଧବାନନ୍ଦଙ୍କୁ ଆକ୍ରମଣ କରିଥିଲା।

ପ୍ରକାଶ ଯେ, ପଞ୍ଚାୟତ ନିର୍ବାଚନ‌ ସମୟରେ ମାଧବାନନ୍ଦ ଓ ଏହି ଗ୍ରାମର ଅଭିଯୁକ୍ତ ଯୁବକ ମଧ୍ୟରେ ବାକ୍‌ବିତଣ୍ଡା ହୋଇଥିଲା। ଏହାର ସମାଧାନ ପାଇଁ ଆଜି ଗ୍ରାମରେ ବୈଠକ ବସିଥିଲା। ବୈଠକ ଶେଷ ହେବାପରେ ସମ୍ପୃକ୍ତ ଅଭିଯୁକ୍ତ ଏକ ଧାରୁଆ ଅସ୍ତ୍ର ଆଣି ମାଧବାନନ୍ଦଙ୍କୁ ଆକ୍ରମଣ କରିଥିଲା। ମାଧବାନନ୍ଦଙ୍କ ହାତରେ ଦୁଇଚୋଟ ବାଜିଥିବା ବେଳେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଅଭିଯୋଗ ପରେ ଯାଜପୁରରୋଡ ଥାନାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୁକ୍ତକୁ ଏଯାଏ ଗିରଫ କରାଯାଇନାହିଁ।

ସମ୍ବନ୍ଧିତ ଖବର