ନିର୍ବାଚନୀ ହିଂସା ଘଟଣାରେ ୬ କୋର୍ଟଚାଲାଣ

ଦାନଗଦୀ: ଦାନଗଦୀ ବ୍ଲକ୍‌ ନଛିପୁରା ପଞ୍ଚାୟତ ନିର୍ବାଚନୀ ହିଂସା ଓ ପୁଲିସ ଗାଡ଼ି ଭଙ୍ଗା ଘଟଣାରେ ଟମକା ପୁଲିସ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ନଛିପୁରା ଗ୍ରାମର ଭାଗୀରଥି ପ୍ରଧାନଙ୍କ ପତ୍ନୀ ଦ୍ରୌପଦୀ (୨୫), ବକୁଳି ପ୍ରଧାନଙ୍କ ପୁଅ ମୀନକେତନ (୫୮) ଓ ତାଙ୍କ ପତ୍ନୀ ମିନତି (୫୦), ଆନନ୍ଦ ନାୟକଙ୍କ ପୁଅ ରଘୁ (୨୮), ରତ୍ନାକର ନାୟକଙ୍କ ପୁଅ ଚନ୍ଦ୍ରମଣି (୨୩) ଏବଂ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମର ବାବୁ ପ୍ରଧାନଙ୍କ ପତ୍ନୀ ଛୁତି (୩୨)।

ଅଭିଯୋଗ ଅନୁଯାୟୀ, ଗତ ଫେବ୍ରୁଆରି ୨୨ ତାରିଖ ଭୋଟ୍‌ଗ୍ରହଣ ପରେ ଭୋଟ୍‌ବାକ୍ସ ବ୍ଲକ୍‌ ଷ୍ଟ୍ରଙ୍ଗରୁମ୍‌କୁ ସ୍ଥାନାନ୍ତର କରାଯାଉଥିଲା। ଏହି ସମୟରେ କେତେକ ଲୋକ ୧୦ ନମ୍ବର ବୁଥ୍‌ର ଭୋଟ୍‌ବାକ୍ସ ଅଟକାଇ ରଖିଥିଲେ। ନିର୍ବାଚନ ପ୍ରକ୍ରିୟାରେ ବାଧା ଦେବାରୁ ପୁଲିସ ଲାଠିଚାର୍ଜ କରିଥିଲା। ଏହାର ପ୍ରତିବାଦରେ ସଂଘବଦ୍ଧ ଲୋକେ ପୁଲିସକୁ ଆକ୍ରମଣ କରିବା ସହିତ ଏକ ପୁଲିସ ଗାଡ଼ି ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରିଥିଲା।

ସମ୍ବନ୍ଧିତ ଖବର