ପୁରୀ : ରବିବାର ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ଚନ୍ଦନପୁର ନିକଟରେ ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯୁବକ ଜଣକ ହେଉଛନ୍ତି ଚନ୍ଦନପୁର ଥାନା ଅନ୍ତର୍ଗତ ଦାଣ୍ଡସାହିର ଭୀମସେନ ପ୍ରଧାନ। ଆଜି ଗାଁ ମନ୍ଦିରରେ ହେଉଥିବା ଭୋଜିକୁ ସେ ସନ୍ଧ୍ୟାରେ ତାଙ୍କର ଜଣେ ସଂପର୍କୀୟଙ୍କ ସହ ଯାଇଥିଲେ। ତେବେ ଭୋଜି ସରିବା ପରେ ବିଳମ୍ବିତ ରାତିରେ କୌଣସି କାରଣରୁ ସେଠାରେ ଉପସ୍ଥିତ କିଛି ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହା ହିଂସାତ୍ମକ ମୋଡ଼ ନେଇଥିଲା। ଘଟଣାସ୍ଥଳରେ ଗୁଣ୍ଡିଚା ପତି, ମନୋଜ ପଣ୍ଡା ଓ ଅନ୍ୟ ୩ ଜଣ ମିଶି ତାଙ୍କୁ ଛୁରା ମାଡ଼ କରିଥିବା ଭୀମସେନ କହିଛନ୍ତି। ତାଙ୍କ ପେଟ ବେକ ଓ ହାତରେ ଗୁରୁତର ଆଘାତ ଲାଗିଛି। ରାତି ପ୍ରାୟ ସାଢ଼େ ୧୧ଟାରେ ତାଙ୍କୁ ପୁରୀ ସଦର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ହସ୍ପିଟାଲ ଫାଣ୍ଡି ଅଧିକାରୀ ମ ନୋଜ ଦାଶଙ୍କ ସହାୟତାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।
ଘଟଣାସ୍ଥଳରେ ଚନ୍ଦନପୁର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଗତକାଲି ଭୀମସେନ କିଛି ଲୋକଙ୍କ ଆକ୍ରମଣରୁ ଉଦ୍ଧାର କରିଥିଲେ। ତେଣୁ ଏହା ନିର୍ବାଚନ ଜନିତ ହିଂସା ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/knife-aattack.jpg)