ସଢ଼ାରେ ନିର୍ବାଚନୀ ହିଂସା, ୨ ଆହତ

ହାଟଡିହି: ସମବାୟ ନିର୍ବାଚନ ଫଳାଫଳ ଘୋଷଣା ପରେ ସଢ଼ାରେ ହିସାଂକାଣ୍ଡ ଘଟି ଦୁଇଜଣ ଆହତ ହୋଇଛନ୍ତି। ଆଜି ସନ୍ଧ୍ୟାରେ ସଢ଼ା ସମବାୟ ସମିତି ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା। ଗୋଟିଏ ଗୋଷ୍ଠୀର ୪ଜଣ ଓ ଅନ୍ୟ ଏକ ଗୋଷ୍ଠୀର ୧୧ଜଣ ସଦସ୍ୟ ବିଜୟୀ ହୋଇଥିଲେ।

୧୧ଜଣ ସଦସ୍ୟ ବିଜୟୀ ହୋଇଥିବା ଗୋଷ୍ଠୀର ନାହା ଗ୍ରାମର ବସନ୍ତ ମହାନ୍ତି ଓ ଅନିରୁଦ୍ଧ ଧଳ ବାଇକ୍‌ ଯୋଗେ ଗାଁକୁ ଫେରୁଥିବା ସମୟରେ ସଢ଼ା ଗ୍ରାମର କିଛି ବ୍ୟକ୍ତି ତାଙ୍କୁ ରାସ୍ତାରେ ଅଟକାଇ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଉଭୟ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ହାଟଡିହି ଦମକଳ ବାହିନୀ ସହାୟତାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି।

ସମ୍ବନ୍ଧିତ ଖବର