ଭୁବନେଶ୍ବର : ରାଜ୍ୟର ୬ଟି ଶିଳ୍ପ ସଂସ୍ଥା ଉପରେ ସେସୁର ୯୬କୋଟି ୨୧ଲକ୍ଷ ୫୬ହଜାର ୯୦୪ଟଙ୍କା ବିଦ୍ୟୁତ୍ ବିଲ୍ ବାକି ଅଛି। ସେସୁ କର୍ତ୍ତୃପକ୍ଷ ଏହାକୁ ଆଦାୟ କରିପାରୁନାହାନ୍ତି। କେବଳ ସାଧାରଣ ଲୋକଙ୍କୁ ଡରାଇ ଧମକାଇ ବିଦ୍ୟୁତ୍ ବିଲ୍ ଆଦାୟ କରିବାକୁ ଯୋଜନା କରିଛନ୍ତି। ବିଭିନ୍ନ ଶିଳ୍ପାନୁଷ୍ଠାନଠାରୁ ବକେୟା ବିଦ୍ୟୁତ୍ ବିଲ୍ ଆଦାୟ ନ ହେବା ନେଇ ସେସୁ ସିଇଓ ଅରୁଣ ବୋଥ୍ରା କହିଛନ୍ତି ଯେ ୨୦୧୫-୧୬ରୁ ୨୦୧୮-୧୯ ମଧ୍ୟରେ କୌଣସି ଶିଳ୍ପ ସଂସ୍ଥା ଉପରେ ବିଦ୍ୟୁତ୍ ବିଲ୍ ବକେୟା ନାହିଁ। ପ୍ରତିବର୍ଷ ୧୦୦% ବିଲ୍ ଆଦାୟ ହେଉଛି। ୨୦୧୫-୧୬ ପୂର୍ବରୁ ବିଭିନ୍ନ ବିବାଦ ଏବଂ କୋର୍ଟରେ ମାମଲା ଯୋଗୁଁ ବିଦ୍ୟୁତ୍ ବିଲ୍ ଆଦାୟ ହୋଇପାରୁନି। ସେହି ସଂସ୍ଥାଗୁଡ଼ିକ ହେଲା, ସୋଲାରି ରେଲୱେ ଟ୍ରାକ୍ସନ ଉପରେ ୩୦ଲକ୍ଷ ୫୪ହଜାର ୨୦୦ଟଙ୍କା, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ଉପରେ ୧୨କୋଟି ୭୧ଲକ୍ଷ ୫୦ହଜାର ୪୧ଟଙ୍କା, ନବଭାରତ ଭେଞ୍ଚର୍ସ ଲିମିଟେଡ୍ ଉପରେ ୮୨ କୋଟି ୫୪ ଲକ୍ଷ ୩୮ ହଜାର ୭୫୬ ଟଙ୍କା ଏବଂ ୫୭ ଲକ୍ଷ ୧୧ ହଜାର ୯୨୪ ଟଙ୍କା, ଦି ଏକଜିକ୍ୟୁଟିଭ୍ ଇଞ୍ଜିନିୟର ପିପିଟି ଉପରେ ୮ ଲକ୍ଷ ୧ ହଜାର ୯୮୩ ଟଙ୍କା, ଗ୍ରିଡ ଷ୍ଟିଲ୍ ଆଣ୍ଡ ଆଲଏଜ୍ ଲିମିଟେଡ୍ ଉପରେ ୧୨ ଲକ୍ଷ ୭୧ ହଜାର ୩୪୦ ଟଙ୍କାର ବିଦ୍ୟୁତ୍ ବିଲ୍ ବାକି ଅଛି।
ରାଜ୍ୟର ୬ ଶିଳ୍ପ ସଂସ୍ଥାର ୯୬କୋଟି ବିଦ୍ୟୁତ୍ ବିଲ୍ ବାକି
/sambad/media/post_attachments/wp-content/uploads/2019/12/electricity-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)