ଭୁବନେଶ୍ୱର: ଆସନ୍ତା ମାସ ଠାରୁ ବିଦ୍ୟୁତ ଦର ବଢ଼ିବ । ଦର ବୃଦ୍ଧି ନେଇ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଅକ୍ଟୋବର ମାସ ଠାରୁ ବିଦ୍ୟୁତ ଦର ୟୁନିଟ ପିଛା ୨୦ ପଇସା ବଢ଼ାଇବାକୁ ନିଷ୍ପତ୍ତି ହୋଇଛି ।
ତେବେ ବର୍ଦ୍ଧିତ ଦର କୁଟୀର ଜ୍ୟୋତି ଓ ବିପିଏଲ ଚାଷୀ ଉପଭୋକ୍ତାଙ୍କ ପାଇଁ ଲାଗୁ ହେବ ନାହିଁ । ବିଦ୍ୟୁତ ଦର ୫୦ ୟୁନିଟ ପର୍ଯ୍ୟନ୍ତ ୨ଟଙ୍କା ୭୦ ପଇସାକୁ ବୃଦ୍ଧି ପାଇଥିବା ବେଳେ ୧୦୦ ୟୁନିଟ ପର୍ଯ୍ୟନ୍ତ ୩ଟଙ୍କା ୬୦ ପଇସା, ୨ଶହ ଯାଏଁ ୪ଟଙ୍କା ୫ ପଇସା ବୃଦ୍ଧି କରାଯାଇଛି । ସେହିପରି ୩ଶହ ୟୁନିଟ ଯାଏଁ ୪ଟଙ୍କା ୫୩ ପଇସା, ୪ଶହ ୟୁନିଟ ଯାଏଁ ୪ଟଙ୍କା ୭୮ ପଇସା ଓ ୫ଶହ ୟୁନିଟ ପର୍ଯ୍ୟନ୍ତ ୫ଟଙ୍କା ବୃଦ୍ଧି କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/a22a8303-fc38-45c0-af35-f113e07c4d7f.jpg)