ଜୟପୁର: ମିଟରଜନିତ ତ୍ରୁଟି ଯୋଗୁଁ ଅତ୍ୟାଧିକ ବିଲ୍ ପ୍ରତ୍ୟେକ ମାସରେ ଆସୁଛି। ୨୦୨୧ପୂର୍ବରୁ ସାଉଥକୋ ଥିବା ସମୟର ବିଲ୍ ଓ ଟାଟାପାୱର ଦାୟିତ୍ବ ନେବା ପରେ ଆସୁଥିବା ବିଲରେ ବେଶ ତାରତମ୍ୟ ରହିଥିବା ଅଭିଯୋଗ କରିଛନ୍ତି ଗ୍ରାହକ ତଥା ଆଇନଜୀବୀ ଦେବାଶିଷ ମହାନ୍ତି। ଅତ୍ୟଧିକ ବିଲ୍ ଆସୁଥିବା ଅଭିଯୋଗ କରି ଜିଲ୍ଲାଖାଉଟି ଅଦାଲତର ଦ୍ବାରସ୍ଥ ହୋଇଛନ୍ତି ଗ୍ରାହକ ଶ୍ରୀ ମହାନ୍ତି। ଏପରିକି ବିଲ୍ ଅତ୍ୟାଧିକ ଆସିବା ପରେ ସେ ଅଭିଯୋଗ କରିବା ପରେ ଟାଟାପାୱାର ପକ୍ଷରୁ ଯାଂଚ ପାଇଁ ସାମନ୍ତରାଳ ଭାବେ ଆଉ ଗୋଟିଏ ମିଟର ଲଗାଯାଇଥିଲା।
ଟାଟା ପାୱାର ଲଗାଇଥିବା ମିଟରରେ କମ୍ ଆସିଥିବା ବେଳେ ପୂର୍ବରୁ ଲାଗିଥିବା ମିଟରରେ ବିଲ୍ ଅଧିକା ଆସିଥିଲା। ଏହାକୁ ଦେଖାଇବା ପରେ ବି ଟାଟାପାୱାର ନିଜ ଭୁଲ ନ ମାନି ବିଲ୍ ଅଧିକା ଦେଇଥିଲେ। ସେବାରେ ଅବହେଳା ସାଙ୍ଗକୁ କଂପାନୀ ଠକୁଥିବା ଅଭିଯୋଗ କରି କ୍ଷତିପୁରଣ ବାବଦକୁ ୫୦ହଜାର ଟଙ୍କା ଓ ମାମଲା ପରିଚାଳନା ବାବଦକୁ ୧୦ହଜାର ଟଙ୍କାଦେବାକୁ ଦାବି କରି ମାମଲା ରୁଜୁ କରିଛନ୍ତି। ଟାଟାପାୱର ସହ ୫ଟି ସଚିବଙ୍କୁ ଏଥିରେ ସେ ପକ୍ଷଭୁକ୍ତ କରିଛନ୍ତି। ସେଭଳି ପେପରମିଲ୍ ଛକର ଜୈନେକ ଗ୍ରାହକଙ୍କ ଅଧିକା ବିଲ୍ ଆସିଥିବାରୁ ସେ ବିଲ୍ ପୈଠ କରି ନଥିଲେ। ତାଙ୍କ ସଂଯୋଗ କାଟିବାକୁ ଯାଇଥିବା ଅଧିକାରୀଙ୍କୁ ମାରଣାତ୍ସ ଧରି ମାରିବାକୁ ଗତ କାଲି ଦଉଡାଇଥିଲେ। ଉକ୍ତ ବ୍ୟକ୍ତି ଜଣକ ବି ଗ୍ରାହକ ଶ୍ରୀମହାନ୍ତିଙ୍କ ସମାନ ଅଭିଯୋଗ କରିବା ସହ ଟାଟାପାୱାର ଆସିବା ଏବଂ ସ୍ମାର୍ଟ ମିଟର ବଦଳାଇବା ପରେ ଏଭଳି ଅଧିକା ବିଲ୍ ଆସୁଥିବା ଅଭିଯୋଗ କରିଛନ୍ତି।