ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ ଏବଂ ଟ୍ରାନ୍ସଫର୍ମର; ଯାତାୟାତରେ ଅସୁବିଧା, ସ୍ଥାନାନ୍ତର ପାଇଁ ଦାବି

ହରିପୁର : ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ଜମଧର ଓ ଶାମଦାସପୁର ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ମଝିରେ ବିଦ୍ୟୁତ୍ ବିଭାଗର ଦୁଇଟି ଟ୍ରାନ୍ସଫର୍ମର ଓ ଦୁଇଟି ଖୁଣ୍ଟ ଥିବାରୁ ଯାତାୟାତରେ ଅସୁବିଧା ହେଉଛି। ଉପରୋକ୍ତ ଦୁଇ ପଞ୍ଚାୟତର ଜନସାଧାରଣ ତଥା ସ୍କୁଲ୍‌, କଲେଜ୍‌ ଛାତ୍ରଛାତ୍ରୀ ସୁଜନପୁର ଡାକ୍ତରଖାନାକୁ ଯିବା ଆସିବା ପାଇଁ ଏହିରାସ୍ତା ଉପରେ ନିର୍ଭର କରନ୍ତି। ରାସ୍ତା ଠାରୁ ମାତ୍ର ୩ ଫୁଟ୍ ଉପରେ ଖୋଲା ମେଲା ଅବସ୍ଥାରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର। ସବୁ ସମୟରେ ଏଠାରେ ବିପଦର ଆଶଙ୍କା ରହୁଛି।

ଏନେଇ ବିଦ୍ୟୁତ୍ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି। ବିଦ୍ୟୁତ୍ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଦୀର୍ଘଦିନର ଏହି ସମସ୍ୟାର ସମାଧାନ ହୋଇପାରୁନାହିଁ। ଏହି ଟ୍ରାନ୍ସଫର୍ମର ଓ ଖୁଣ୍ଟକୁ ତୁରନ୍ତ ସ୍ଥାନାନ୍ତର କରା ନଗଲେ ସ୍ଥାନୀୟ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର