କୋରାପୁଟରେ ୧୨ ଘଣ୍ଟା ବିଦ୍ୟୁତ୍‌ ବିଚ୍ଛିନ୍ନ, ସ୍ୱାସ୍ଥ୍ୟ ବିଭାଗ ବ୍ୟାପକ ପ୍ରଭାବିତ

କୋରାପୁଟ: ବର୍ଷିକ ରକ୍ଷଣାବେକ୍ଷଣ ପାଇଁ ଆଜି କୋରାପୁଟ ଜିଲ୍ଲାର ୫ ପ୍ରମୁଖ ସହର ବିଦ୍ୟୁତ କାଟର ଶିକାର ହୋଇଛି। ସୁନାବେଡ଼ା ଫିଡରେ ଆଜି ରକ୍ଷଣାବେକ୍ଷଣ ପାଇଁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ବିଦ୍ୟୁତ କାଟ ହୋଇଥିଲା। କୋରାପୁଟ, ଜୟପୁର, ସୁନାବେଡ଼ା, ଦାମନଯୋଡି ଓ ସେମିଳିଗୁଡ଼ାରେ ବିଦ୍ୟୁତ ନ ଥିଲା। ଫଳରେ ସାଧାରଣଲୋକ ଯେମିତିସେମିତି ଚଳିଯାଇଥିବାବେଳେ ବ୍ୟାପକ ଭାବେ ପ୍ରଭାବିତ ହୋଇଛି ସ୍ୱାସ୍ଥ୍ୟ ବିଭାଗ।

ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କୋରାପୁଟ ବଡ଼ମେଡିକାଲ, ଜୟପୁରସ୍ଥିତ ଜିଲ୍ଲା ଚିକିତ୍ସାଳୟ, ସୁନାବେଡ଼ା, ସେମିଳିଗୁଡା ଓ ଦାମନଯୋଡ଼ିରେ ରହିଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ନାହିଁ ନ ଥିବା ସମସ୍ୟା ଦେଖିବାକୁ ମିଳିଥିଲା। କୋରାପୁଟ ବଡମେଡିକାଲରେ ବିଦ୍ୟୁତ ନ ଥିବାରୁ ରକ୍ତ ଭଣ୍ଡାରରେ ନାହିଁ ନ ଥିବା ସମସ୍ୟା ଦେଖିବାକୁ ମିଳିଥିବା ବେଳେ ଅଧାରୁ ଅଧିକ ୱାର୍ଡରେ ଲୋକେ ଡହଳବିକଳ ହୋଇଥିଲେ। ରକ୍ତ ସମ୍ବନ୍ଧୀୟ ସମସ୍ୟା ଦେଖିବାକୁ ମିଳିଥିଲା। ସମାନ ଅବସ୍ଥା ମଧ୍ୟ ଜୟପୁର ଜିଲ୍ଲା ମେଡିକାଲରେ ଦେଖିବାକୁ ମିଳିଥିଲା।

ଏନେଇ ବହୁବାର ବଡମେଡିକାଲ କତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଦୃଷ୍ଟି ନ ଦେବାରୁ ସମସ୍ୟା ବଢିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର