ରାଉରକେଲା: ହୁତୁହୁତୁ ହୋଇ ଜଳିଗଲା ଇଲେକ୍ଟ୍ରିକ୍ ସ୍କୁଟି। ଅଳ୍ପରେ ବର୍ତ୍ତିଲେ ଚାଳକ। ଏମିତି ଘଟଣା ଘଟିଛି ବନ୍ଧମୁଣ୍ଡା ବି ସେକ୍ଟର ଅଞ୍ଚଳରେ। ଆଜି ସକାଳ ପ୍ରାୟ ସାଢ଼େ ୯ଟା  ସମୟରେ ଜଣେ ଯୁବକ ନିଜ ଇଲେକ୍ଟ୍ରିକ୍ ସ୍କୁଟିରେ ମାର୍କେଟ ଯାଉଥିଲେ। ବନ୍ଧମୁଣ୍ଡା ବି ସେକ୍ଟର ନିକଟରେ ସ୍କୁଟିରୁ ଧୂଆଁ ବାହାରୁଥିବା ଦେଖି ରାସ୍ତାରେ ଯାଉଥିବା ଲୋକ ପାଟି କରି କହିଥିଲେ। ଚାଳକ ସ୍କୁଟିକୁ ଅଟକାଇ ଓହ୍ଲାଇ ପଡ଼ିଥିଲେ। ଚାହୁଁ ଚାହୁଁ ସ୍କୁଟି ଜଳି ଯାଇଥିଲା।

Advertisment

ସ୍ଥାନୀୟ ଲୋକ ପହଞ୍ଚି ନିଆଁକୁ କାବୁ କରିବା ପୂର୍ବରୁ ସ୍କୁଟିର ୭୦% ଜଳି ଯାଇଥିବା ଜଣାପଡ଼ିଛି। ବ୍ୟାଟେରି ସଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।