ବିଦ୍ୟୁତ ଆଘାତରେ ମୃତ୍ତିକା ସଂରକ୍ଷଣ ବିଭାଗର କିରାଣି ମୃତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦରସ୍ଥିତ ମୃତ୍ତିକା ସଂରକ୍ଷଣ ଅଫିସ୍‌ର ଆସିଷ୍ଟାଣ୍ଟ କିରାଣିଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି। କିରାଣି ପୀତାମ୍ବର ଶବର (୩୫) ସରକାରୀ ବାସଭବନରେ ରହୁଥିଲେ। ବୁଧବାର ଗାଧୋଇବା ପାଇଁ ଯାଇଥିବା ବେଳେ ସେଠାରେ ଆଗରୁ ଏକ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଯାଇଥିଲା। ତାହା ସେ ଦେଖିନପାରି ତାର ସଂସ୍ପର୍ଶରେ ଆସି ଯାଇଥିଲେ।

ଫଳରେ ଶ୍ରୀ ଶବର ଗୁରୁତର ହୋଇଥିଲେ। ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ଶବରଙ୍କ ଘର ଖଡ଼ିଆଳ ବ୍ଲକ ସାନମହେଶ୍ବର ହୋଇଥିବା ବେଳେ ତାଙ୍କ ବିୟୋଗରେ ଅଫିସ୍‌ ତଥା ଗାଁରେ ଶୋକରଛାୟା ଖେଳିଯାଇଛି।.

ସମ୍ବନ୍ଧିତ ଖବର