ନୂଆପଡ଼ା: ଏକ ଅଭାବନୀୟ ଘଟଣାକ୍ରମରେ ଲଖନା ରେଳ ଷ୍ଟେସନରେ ଟ୍ରେନ୍ ଧକ୍କାରେ ବିଭାଗୀୟ ଇଲେକ୍ଟ୍ରିକାଲ ସିଗ୍ନାଲ ମେଣ୍ଟେନର ଅନୁପ ରାୟ (୨୮)ଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ନୂଆପଡ଼ା ରେଳ ଷ୍ଟେସନର ସିଗନାଲ୍ରେ ଯାନ୍ତ୍ରିକ ତ୍ରୁଟି ଥିଲା। ମରାମତି ପାଇଁ ଲଖନା ରେଳ ଷ୍ଟେସନରୁ ଅନୁପ ଏକ ପାସେଞ୍ଜର ଟ୍ରେନ୍ରେ ଆସି ଗୁରୁବାର ରାତି ୧୦ଟାରେ ପହଞ୍ଚିଥିଲେ। ସିଗ୍ନାଲ ମରାମତି କାମ ସାରି ରାତିରେ ପୁଣି ଏକ ମାଲବାହୀ ଟ୍ରେନ୍ରେ ଲଖନା ଷ୍ଟେସନ୍କୁ ଫେରିଥିଲେ। ଲଖନା ଷ୍ଟେସନରେ ପହଞ୍ଚି ସେଠାକାର ଷ୍ଟାଫ୍ରୁମ୍କୁ ଯିବା ପାଇଁ ରେଳଧାରଣା ପାର ହେଉଥିବା ବେଳେ ତାଙ୍କ ​ଗୋଡ଼ ଧାରଣାରେ ଫସି ଯାଇଥିଲା। ଗୋଡ଼ ବାହାର କରିବାକୁ ଚେଷ୍ଟା କରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଡାଇଭର୍ଟ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। କଣ୍ଟାବାଞ୍ଜିରୁ ରେଳବାଇ ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ଏକ ମାମଲା ବି ରୁଜୁ ହୋଇଛି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ଧୋବିପଡ଼ାରେ ଅନୁପଙ୍କ ଘର। ୧୩ ବର୍ଷ ତଳେ ରେଳ ବିଭାଗରେ କାମ କରୁଥିବା ତାଙ୍କ ବାପାଙ୍କ ହୃଦ୍ଘାତରେ ପରଲୋକ ହୋଇଥିଲା। ଅନୁପଙ୍କୁ ତାଙ୍କ ବାପାଙ୍କ ଚାକିରି ମିଳିଥିଲା। ତାଙ୍କୁ ସିଗନାଲ୍ ଡିପାର୍ଟମେଣ୍ଟରେ ନିୟୋଜିତ କରାଯାଇଥିଲା। ସେ ଲଖନା ଧନୁଯାତ୍ରାରେ ସକ୍ରିୟ ସ୍ୱେଚ୍ଛାସେବୀ ଭାବେ ଦାୟିତ୍ବ ତୁଲାଉଥିଲେ।
ଟ୍ରେନ୍ ଧକ୍କାରେ ଇଲେକ୍ଟ୍ରିକାଲ ସିଗ୍ନାଲ ମେଣ୍ଟେନର ମୃତ
/sambad/media/post_attachments/wp-content/uploads/2023/12/sfhsfhfhfhfh-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)