ବିଦ୍ୟୁତ୍ ଦର ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ, ମନ୍ତ୍ରୀ କହିଲେ ୭ ବର୍ଷ ପରେ ଦର ବୃଦ୍ଧି ହୋଇଛି
ଭୁବନେଶ୍ବର: ବିଦ୍ୟୁତ୍ ଦର ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ଆଜି ଗୃହରେ ବିଦ୍ୟୁତ୍ ବିଲ୍ ସମ୍ପର୍କିତ ମୁଲତବୀ ନୋଟିସର ଆଲୋଚନା ହୋଇଥିଲା । ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉତ୍ତର ରଖି କହିଥିଲେ, ସବୁଦିଗକୁ ଅନୁଧ୍ୟାନ କରି ଦର ନିୟନ୍ତ୍ରଣ କରିଥାଏ ଓଇଆରସି । ୭ ବର୍ଷ ପରେ ଦର ବୃଦ୍ଧି ହୋଇଛି । କିନ୍ତୁ କୃଷକ ଓ ବିପିଏଲ ପରିବାରର ଦରବୃଦ୍ଧି ହୋଇନାହିଁ । ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ ବିଜେପି କକ୍ଷତ୍ୟାଗ କରିଥିଲା । ଏହାପରେ ଗୃହକୁ ୩ଟା ଯାଏଁ ମୁଲତବୀ ଘୋଷଣା ହୋଇଥିଲା। ବିଦ୍ୟୁତ ଦର ବୃଦ୍ଧି ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ।
ସେପଟେ ଏନସିଆରବି ରିପୋର୍ଟ ନେଇ ମଧ୍ୟ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ । ଆଜି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହରେ ଏହି ପ୍ରସଙ୍ଗ ଉଠାଇଥିଲେ । ସେ କହିଛନ୍ତି, ଅସଦାଚରଣରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି । ସାଇବର କ୍ରାଇମରେ ପ୍ରଥମ । ସରକାର ନିଦରେ ଶୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏହି ରିପୋର୍ଟ ନେଇ ବର୍ଷିଛନ୍ତି ବିରୋଧୀ ।