ଭୀମସାରରେ ବିଦ୍ୟୁତ ବିଭ୍ରାଟ, ରୋଗୀ ହଇରାଣ

ବୁର୍ଲା: ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟସେବାର ପ୍ରାଣକେନ୍ଦ୍ର ବୁର୍ଲା ଭୀମସାର। ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ଏହା ଉପରେ ପଶ୍ଚିମ ଓଡିଶାର ୧୦ ଜିଲ୍ଲା ସହିତ ପଡ଼ୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ଼ ନିର୍ଭରଶୀଳ। କିନ୍ତୁ, ଆଜି ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଡାକ୍ତରଖାନାର କିଛି ବିଶେଷ ବିଭାଗରେ ବିଦ୍ୟୁତ ବିଭ୍ରାଟ ଦେଖାଦେଇଥିବାରୁ ରୋଗୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଡାକ୍ତରଖାନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରବିବାର ସକାଳେ ପ୍ରାୟ ୬ଟା ସମୟରେ ଭିମ୍‌ସାରର  ଆଶୁ ଚିକିତ୍ସା ବିଭାଗ ନିକଟରେ ଯାଇଥିବା ବଡ଼ ବଡ଼ ଗଛର ଡାଳ ଦେଇ ଲମ୍ବିଥିବା ବିଦ୍ୟୁତ୍ ତାରରେ ହଠାତ୍ ସର୍ଟ ସର୍କିଟ୍ ହୋଇ ଡାକ୍ତରଖାନାର ବିଜୁଳି କଟି ଯାଇ ଅନ୍ଧକାରମୟ ହୋଇଯାଇଥିଲା। ସକାଳ ୮ଟା ପରେ ବିଦ୍ୟୁତ ସରବରାହ ସ୍ବାଭାବିକ ହୋଇଥିଲା। ଏହି ଦୁଇ ଘଣ୍ଟା ପର୍ଯ୍ୟନ୍ତ ଡାକ୍ତରଖାନାର ଆଶୁଚିକିତ୍ସା ବିଭାଗ, ଶିଶୁରୋଗ ବିଭାଗ, ହୃଦରୋଗ ବିଭାଗରେ ବିଜୁଳି ନ ଥିବାରୁ ରୋଗୀମାନେ ନାହିଁ ନଥିବାର ଅସୁବିଧା ଭୋଗ କରିଥିଲେ। ଭୀମ୍‌ସାରରେ ବହୁ ପୁରୁଣା ବିଦ୍ୟୁତ୍ ତାର ଯୋଗୁଁ ବାରମ୍ବାର ଏଭଳି ସର୍ଟ ସାର୍କିଟ୍ ହେଉଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର