ଭିଜିଲାନ୍ସ ହାତରେ ଧରାପଡ଼ିଲେ ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ

ବାରିପଦା/କଳାବାଡ଼ିଆ : ୧୦ ହଜାର ଟଙ୍କା ଲାଞ୍ଚନେଇ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବଦ୍ୟୁତ୍‌ ବିଭାଗର କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ବେହେରା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ସୂଚନା ମୁତାବକ, ଯନ୍ତ୍ରୀ ଶ୍ରୀବେହେରା ବାଙ୍ଗିରିପୋଷି ବ୍ଲକ୍‌ ନୂଆବସାଣ ଅଞ୍ଚଳର ଅସିତ ସାହୁ ନାମକ ଜଣେ ଉପଭୋକ୍ତାଙ୍କ ଘରକୁ ୬ଟି ଖୁଣ୍ଟ ବସାଇ ବିଦ୍ୟୁତ୍‌ ସଂଯୋଗ ଦେବାପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଅସିତ ତାଙ୍କୁ ୧୦ ହଜାର ଟଙ୍କା ଦେଇଥିବାବେଳେ ଆଉ ୧୦ ହଜାର ଟଙ୍କା ବାକିଥିଲା।

ତେବେ, ଅବଶିଷ୍ଟ ଟଙ୍କା ଦେବା ଆଗରୁ ସେ ଭିଜିଲାନ୍ସକୁ ଏ ନେଇ ଅବଗତ କରାଇଥିଲେ। ଯୋଜନା ମୁତାବକ ଆଜି ଅପରାହ୍ନରେ ଏମଡିଆର-୪୫ ରାସ୍ତାର ନୂଆବସାଣ ନିକଟରେ ଅସିତ ଯନ୍ତ୍ରୀ ଶ୍ରୀବେହେରାଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ। ଏହି ସମୟରେ ବାରିପଦା ଭିଜିଲାନ୍ସ ଟିମ୍‌ ତାଙ୍କୁ ରଙ୍ଗବୋଳା ଟଙ୍କା ସହ ଧରିଥିଲା। ଅଭିଯୁକ୍ତଙ୍କୁ ବାରିପଦା ଭିଜିଲାନ୍ସ ଡିଏସ୍‌ପିଙ୍କ କିର୍ଯ୍ୟାଳୟକୁ ଅଣାଯାଇ ଅଧିକ ପଚରାଉଚରା କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର