କେନ୍ଦ୍ରାପଡ଼ା: ମାହାଙ୍ଗାର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ପ୍ରତାପ ଜେନାଙ୍କ ନାଁରେ ଠକେଇ ମାମଲା ରୁଜୁ ହୋଇଛି। ବିଦ୍ୟୁତ୍‌ ରକ୍ଷଣାବେକ୍ଷଣ କାମ କରିଥିବା କଟକର ଏସ୍‌ଏସ୍‌ବି ଇଲେକ୍ଟ୍ରିକାଲ୍‌ସକୁ ଶ୍ରୀ ଜେନାଙ୍କ ଏମ୍ଫୋରିଆ ଵାର୍କସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସ˚ସ୍ଥା ୪୮ଲକ୍ଷ ଟଙ୍କା ଦେଇ ନ ଥିବା ଅଭିଯୋଗ ହୋଇଛି। ସ˚ସ୍ଥାର ପ୍ରୋପ୍ରାଇଟର‌୍‌ ଅରବିନ୍ଦ ତ୍ରିପାଠୀ ଓ ପରିଚାଳନା ନିର୍ଦ୍ଦେଶକ ଗଣେଶ କୁମାର ସ୍ବାଇଁ ଏନେଇ ଏତଲା ଦେବା ପରେ କେନ୍ଦ୍ରାପଡ଼ା ଟାଉନ ଥାନାରେ ଶ୍ରୀ ଜେନାଙ୍କ ସମେତ ଚାରିଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ସେପଟେ ଏମ୍ଫୋରିଆ ସ˚ସ୍ଥା ମଧୢ ଏସ୍‌ଏସ୍‌ବି ସ˚ସ୍ଥା ବିରୋଧରେ ବିଦ୍ୟୁତ୍‌ ଚୋରି ଅଭିଯୋଗ ଆଣିଛି। ପୁଲିସ ଏସ୍‌ଏସ୍‌ବିର ପ୍ରୋପ୍ରାଇଟର‌୍‌  ଶ୍ରୀ ତ୍ରିପାଠୀ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସ୍ବାଇଁଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି। 
ସୂଚନାନୁଯାୟୀ, ମାହାଙ୍ଗା ବିଜେଡି ନେତା ଶ୍ରୀ ଜେନାଙ୍କ ଏମ୍ଫୋରିଆ ସ˚ସ୍ଥା କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜୁଳି ରକ୍ଷଣାବେକ୍ଷଣ ଦାୟିତ୍ବ ହାତକୁ ନେଇଥିଲା।

ପାଲଟା ଚୋରି ଅଭିଯୋଗ ଆଣିଲା ଏମ୍ଫୋରିଆ ସ˚ସ୍ଥା
ଥାନାରେ ଦୁଇଟି ଏତଲା

Advertisment

ଏହି ସ˚ସ୍ଥାଠୁ କେନ୍ଦ୍ରାପଡ଼ା ସହର ପାଇଁ ଏସ୍‌ଏସ୍‌ବି ସ˚ସ୍ଥା ୨୦୨୩ ଡିସେମ୍ବର ୨୩ରେ କାମ ନେଇ ବିଦ୍ୟୁତ୍‌ କେବୁଲ୍‌ ବିଛାଇବାଠୁ ଖୁଣ୍ଟ ବସାଇବା ଆଦି କାର୍ଯ୍ୟ କରିଥିଲା। ଏ ବାବଦକୁ ଆହୁରି ୪୮ଲକ୍ଷ ଟଙ୍କା ଏମ୍ଫୋରିଆ ସ˚ସ୍ଥା ଦେଉ ନ ଥିବା ଥାନାରେ ଅଭିଯୋଗ ହୋଇଛି। ସ˚ସ୍ଥା ଦର୍ଶାଇଛି ଯେ ବକେୟା ଟଙ୍କାକୁ ନେଇ ଗତ ମେ’ ୧୪ତାରିଖରେ ଟାଉନ ଥାନାରେ ଥାନାଧିକାରୀଙ୍କ ଉପସ୍ଥିତିରେ ଆପୋସ ବୁଝାମଣା ହୋଇଥିଲା। କିଛି ସାମଗ୍ରୀ ଫେରାଇ ଦେଲେ ତିନିଦିନରେ ବକେୟା ଟଙ୍କା ଫେରାଯିବ ବୋଲି ଏମ୍ଫୋରିଆର ପ୍ରୋଜେକ୍ଟ୍‌ ମ୍ୟାନେଜର‌୍‌ ଦେବାଶିଷ ଦାସ ଥାନାରେ ଲିଖିତ ଭାବେ ଜଣାଇଥିଲେ। ମାତ୍ର ମାସାଧିକ କାଳ ବିତିଥିଲେ ବି’ ଟଙ୍କା ମିଳିଲା ନାହିଁ। ଥାନାଧିକାରୀଙ୍କ ହସ୍ତକ୍ଷେପ ପରେ ଗତ ଜୁଲାଇ ୨୧ତାରିଖରେ ଟଙ୍କା ଦିଆଯିବ ବୋଲି ସ˚ସ୍ଥା କହିଥିଲା। ମାତ୍ର, ଗତ ୧୨ତାରିଖରେ ସେମାନେ ଆଉ ଫୋନ୍‌ ଉଠାଉ ନ ଥିବା ଶ୍ରୀ ତ୍ରିପାଠୀ ଏତଲାରେ ଦର୍ଶାଇଛନ୍ତି। ପୁଲିସ ଶ୍ରୀ ଜେନାଙ୍କ ସମେତ ଏମ୍ଫୋରିଆର ବର୍ତ୍ତମାନର ପରିଚାଳନା ନିର୍ଦ୍ଦେଶିକା ଐଶ୍ବର୍ଯ୍ୟା ପ୍ରତାପ ଜେନା, ପ୍ରୋଜେକ୍ଟ୍‌ ମ୍ୟାନେଜର‌୍‌ ଦେବାଶିଷ ଦାସ ଓ ହୀତେଶ ମିଶ୍ରଙ୍କ ନାଁରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି। 

ସେପଟେ ଏମ୍ଫୋରିଆର ପ୍ରୋଜେକ୍ଟ ମ୍ୟାନେଜର‌୍‌ ଦେବାଶିଷ ଦାସ ଅଭିଯୋଗ କରିଛନ୍ତି ଯେ ଏସ୍‌ଏସ୍‌ବି ସ˚ସ୍ଥା ବିଦ୍ୟୁତ୍‌ ଖୁଣ୍ଟ, ଆଲୁମିନିୟମ୍‌ କେବୁଲ୍‌, ସୁରକ୍ଷା କିଟ୍‌ ସମେତ ଅନ୍ୟ ସାମଗ୍ରୀ ଚୋରି କରି ନେଇଛି। ବାରମ୍ବାର କୁହାଯିବା ପରେ ସେମାନେ ଏହାକୁ ଫେରାଉ ନ ଥିବା ଅଭିଯୋଗ ପରେ ପୁଲିସ ଏସ୍‌ଏସ୍‌ବିର ପ୍ରୋପ୍ରାଇଟର‌୍‌ ଶ୍ରୀ ତ୍ରିପାଠୀ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସ୍ବାଇଁଙ୍କ ନାଁରେ ମାମଲା ରୁଜୁ କରିଛି। ଥାନାଧିକାରୀ ଦିଲ୍ଲୀପ ସାହୁ କହିଛନ୍ତି, ମାମଲା ଦାୟର ପୂର୍ବରୁ ଉଭୟପକ୍ଷ ମଧୢରେ ଥାନାରେ ଆପୋସ ବୁଝାମଣା ହୋଇଥିଲା। ସାମଗ୍ରୀ ଫେରାଇଦେଲେ ବକେୟା ଟଙ୍କା ଦେଇଦେବ ବୋଲି ଏମ୍ଫୋରିଆ ଲିଖିତ ଭାବେ ପ୍ରତିଶ୍ରୁତି ଦେଇଥିଲା। ଏହି ଅନୁଯାୟୀ ଏସ୍‌ଏସ୍‌ବି ଖୁଣ୍ଟ ସମେତ ଅନ୍ୟ ଜିନିଷ ଫେରାଇ ଦେଇଥିଲା। ମାତ୍ର ଏହାପରେ ଏମ୍ଫୋରିଆ ଟଙ୍କା ଦେଇନାହିଁ। ଉଭୟପକ୍ଷ ପରସ୍ପର ବିରୋଧରେ ଏତଲା ଦେଇଛନ୍ତି। ଗତ ୧୧ତାରିଖରେ ଏମ୍ଫୋରିଆ ଏବ˚ ୧୩ତାରିଖରେ ଏସ୍‌ଏସ୍‌ବି ଏତଲା ଦେଇଥିଲା ବେଳେ ଦୁଇଟି ମାମଲା ରୁଜୁ ହୋଇଛି ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।