ଭୁବନେଶ୍ୱର : ଫୋନି ଓ ରାଜନୀତିର ଅଡ଼ୁଆ ସୂତାରେ ଏବେ ବଡ଼ ପ୍ରଶ୍ନ ହେଉଛି କେବେ ଆସିବ ଲାଇନ୍ ? ବାତ୍ୟା ପ୍ରଭାବିତ ଅଂଚଳରେ ଏହାକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା । ବିଶେଷ କରି ବାତ୍ୟାରେ ଅଧିକ ପ୍ରଭାବିତ ହୋଇଥିବା ପୁରୀ ଏବଂ ଭୁବନେଶ୍ୱର ସହରର କେଉଁ ଅଂଚଳରେ କେବେ ବିଦ୍ୟୁତ ସଂଯୋଗ ହେବ, ତାହା ଜାଣିବା ପାଇଁ ପ୍ରଭାବିତ ଲୋକେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ଆଉ ଏହାରି ଭିତରେ ଭୁବନେଶ୍ୱର ସହରର କେଉଁ ଅଂଚଳରେ କେବେ ସୁଦ୍ଧା ବିଦ୍ୟୁତ ସଂଯୋଗ ହେବ, ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏକ ସଂପୂର୍ଣ୍ଣ ତାଲିକା ପ୍ରକାଶ ପାଇଛି । ଜାଣନ୍ତୁ ଆପଣଙ୍କ ଅଂଚଳରେ କେବେ ଆସିବ ଲାଇନ୍ ।
ଶହ ଶହ ବିଦ୍ୟୁତ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ପ୍ରଶାସନିକ ଅଧିକାରୀଙ୍କ ତତ୍ୱାବଧାନ ଭିତରେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ବିଦ୍ୟୁତ ସଂଯୋଗ । କିଛି ଅଂଚଳରେ ବିଦ୍ୟୁତ ସଂଯୋଗ ହୋଇଛି, ଆଉ ଅନେକ ଅଂଚଳରେ ଏବେ ବି ବିଦ୍ୟୁତ ସଂଯୋଗକୁ ଅପେକ୍ଷା ରହିଛି ।
ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଜାରି ହୋଇଛି ଏକ ସମ୍ଭାବ୍ୟ ତାଲିକା । ରାଜଧାନୀ ଭୁବନେଶ୍ୱରର କେଉଁ ଅଂଚଳରେ କେବେ ସୁଦ୍ଧା ହେବ ବିଦ୍ୟୁତ ସଂଯୋଗ, ସେ ସଂପର୍କରେ ଏହି ତାଲିକାରେ ରହିଛି ବିସ୍ତୃତ ବିବରଣୀ । ନଜର ପକାନ୍ତୁ ସରକାରଙ୍କ ପ୍ରତିଶ୍ରୁତି ଅନୁସାରେ ଆପଣଙ୍କ ଅଂଚଳରେ କେବେ ଆସିବ ଲାଇନ୍ ।
/sambad/media/post_attachments/wp-content/uploads/2019/05/madhu-gherao.jpg)
– ଚନ୍ଦ୍ରଶେଖରପୁର-୧ ଅଧିନରେ ଆସୁଥିବା ବିଡିଏ ଅଂଚଳରେ ଆସନ୍ତା କାଲି ସୁଦ୍ଧା
– କଳାରାହାଙ୍ଗ ଅଧୀନରେ ଆସୁଥିବା ଶିଖରଚଣ୍ଡି, ନନ୍ଦନବିହାରରେ ଆସନ୍ତାକାଲି ସୁଦ୍ଧା
– କାନନବିହାର ଅଧୀନରେ ଆସୁଥିବା କିଟରେ ୧୨ ତାରିଖ ସୁଦ୍ଧା ବିଜୁଳି ସଂଯୋଗ ହେବ
– ଇନଫୋସିଟିି ଅଧୀନରେ ଆସୁବିଧା ଇନଫୋସିଟି, ପଲିମର କମପ୍ଲେକ୍ସ, ନ୍ୟୁ ଇଣ୍ଡଷ୍ଟ୍ରିଆଲରେ ୧୨ ତାରିଖ ସୁଦ୍ଧା ବିଦ୍ୟୁତ ସଂଯୋଗ ହେବ
– ସେହିପରି ଡୁମଡୁମା ଅଧୀନରେ ଆସୁଥିବା ହାଉସିଂବୋର୍ଡ, ପଂଚସଖାନଗରରେ ୧୨ ତାରିଖ ସୁଦ୍ଧା
-ଚନ୍ଦ୍ରଶେଖରପୁର-୧ ଅଧୀନରେ ଆସୁଥିବା ଶ୍ରୀବିହାର ଅଂଚଳରେ ୧୮ ତାରିଖ ସୁଦ୍ଧା ବିଜୁଳି ଆସିବା ନେଇ ସୂଚନା ଦିଆଯାଇଛି
ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ :
-୧୦ ତାରିଖ ଗୁରୁବାର ସୁଦ୍ଧା ଭୁବନେଶ୍ୱରର ୮୦% ଅଂଚଳରେ ବିଦ୍ୟୁତ ସଂଯୋଗ ହେବ
-ଏବଂ ୧୨ ତାରିଖ ସୁଦ୍ଧା ସଂପୂର୍ଣ୍ଣ ଭୁବନେଶ୍ୱରରେ ଶତ ପ୍ରତିଶତ ବିଦ୍ୟୁତ ସଂଯୋଗ ହେବ
-ସେହିପରି ୧୨ ତାରିଖ ସୁଦ୍ଧା ପୁରୀ ବଡ଼ ଦାଣ୍ଡକୁ ବିଦ୍ୟୁତ ସଂଯୋଗ ଦିଆଯିବ
-ତେବେ ପୁରୀ ସହରରେ ସଂପୂର୍ଣ୍ଣ ବିଦ୍ୟୁତ ସଂଯୋଗ ପାଇଁ ଗୋଟିଏ ମାସ ସମୟ ଲାଗିବ
ଏସବୁ ଭିତରେ ଭୁବନେଶ୍ୱରର ଆଇଗଣିଆ, ସିଜୁଆ, ଖଣ୍ଡଗିରି, ଭରତପୁର, ସାମପୁର, ଧର୍ମବିହାର, ଗଣ୍ଡମୁଣ୍ଡା ଆଦି ଅଂଚଳରେ ୧୨ ତାରିଖ ସୁଦ୍ଧା ବିଦ୍ୟୁତ ସଂଯୋଗ ହେବା ନେଇ ସୂଚନା ଦିଆଯାଇଛି । ସେହିପରି ତମାଣ୍ଡୋ, ଲିଙ୍ଗରାଜ, ପୋଖରୀପୁଟ, ମାଉସୀ ମା’ ମନ୍ଦିର ଆଦି ଅଂଚଳରେ ୧୧ ତାରିଖ ସୁଦ୍ଧା ବିଦ୍ୟୁତ ସଂଯୋଗ ନେଇ ଲକ୍ଷ୍ୟ ରଖାଯାଇଛି । ତେବେ କେଇସି, ସରଦେଇପୁର ଏବଂ ଧଉଳି ଅଂଚଳରେ ବିଦ୍ୟୁତ ସଂଯୋଗ ପାଇଁ ୧୫ଦିନ ଭିତରେ ବିଦ୍ୟୁତ ସଂଯୋଗ କରାଯିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Andhara-BBSR-3.jpg)