ବର୍ଷ ମଝିରେ ବଢ଼ିବ ବିଦ୍ୟୁତ ଦର ! କୋର୍ଟରୁ ନିଜ ସପକ୍ଷରେ ରାୟ ଆଣିଲା ଓପିଜିସି, ବିରୋଧ କଲାନି ଗ୍ରିଡକୋ, ଉପଭୋକ୍ତାଙ୍କ ମୁଣ୍ଡକୁ ବୋଝ

ଭୁବନେଶ୍ବର : ରାଜ୍ୟରେ ବିଦ୍ୟୁତ ଶୁକ୍ଳ ବୃଦ୍ଧି ପାଇଁ ଗ୍ରିଡ୍‌କୋ ଓଡ଼ିଶା ବିଦ୍ୟୁତ ନିୟାମକ ଆେୟାଗ ନିକଟରେ ଆବେଦନ କରିଛି। ବର୍ଷ ମଝିରେ ବିଦ୍ୟୁତ ଦର ବୃଦ୍ଧି ଲାଗି ଗ୍ରିଡ୍‌କୋ କାହିଁକି ହଠାତ୍ ଆବେଦନ କଲା, ଏ େନଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। ଖୁବ୍ ଶୀଘ୍ର ଏହା ଉପରେ ଆେୟାଗ ଶୁଣାଣି କରିବେ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହା ପଛରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ରହିଛି। ଅପାରଗତାର େବାଝକୁ ଉପଭୋକ୍ତାଙ୍କ ଉପରେ ଲଦି ଦେବା ଲାଗି ବାବୁମାନେ ଏକ ବଡ଼ ଚାଲ୍ ଚଳାଇଛନ୍ତି।

ନିୟମ ଅନୁସାରେ, ଓଡ଼ିଶା ବିଦ୍ୟୁତ ନିୟାମକ ଆେୟାଗ ବିତରଣ କଂପାନି, ଗ୍ରିଡକୋ ଓ ବିଦ୍ୟୁତ େଯାଗାଣକାରୀ ସଂସ୍ଥା, ଘରୋଇ ବିଦ୍ୟୁତ କଂପାନିଙ୍କ ଲାଗି ବିଦ୍ୟୁତ ଦର ଧାର୍ଯ୍ୟ କରିଥାଏ। ପ୍ରତିବର୍ଷ ଏକ ଲମ୍ବା ଶୁଣାଣି ପ୍ରକ୍ରିୟା ପରେ ଆେୟାଗ ଏ େନଇ ତାଙ୍କ ରାୟ ଶୁଣାଇଥାନ୍ତି ଓ େଗାଟିଏ ବର୍ଷ ପାଇଁ ତାହା ବଳବତ୍ତର ରହେ। ଓଡ଼ିଶା ପାଵାର େଜନେରେସନ୍ କର୍ପୋରେସନ ଲିମିେଟଡ୍ ମଧ୍ୟ ଏହି ପ୍ରକ୍ରିୟାର ଅଂଶବିେଶଷ।

ହେଲେ ରାଜ୍ୟ ସରକାରଙ୍କର ମାଲିକାନା ((୫୧% ଅଂଶଧନ ରହିଛି)େର ଥିବା ଓପିଜିସି ସୁପ୍ରିମକୋର୍ଟ ଯାଇ ନିଜ ସପକ୍ଷରେ ଏକ ରାୟ ଆଣିଛନ୍ତି। ଏଥିରେ ଓପିଜିସି ୧ ଓ ୨ ୟୁନିଟ୍ ଲାଗି ଆେୟାଗ ଧାର୍ଯ୍ୟ ଦରଠାରୁ ଅଧିକ ଦରରେ ବିଦ୍ୟୁତ ବିକ୍ରି ଲାଗି ନିର୍ଦେଶ ମିଳିଛି। ସବୁଠାରୁ ବଡ଼ କଥା ହେଲା, ଓପିଜିସି (େଗାଟିଏ ସରକାରୀ ସଂସ୍ଥା) ଆୟୋଗ ବିେରାଧରେ େକାର୍ଟକୁ ଯାଇ ବିଦ୍ୟୁତ ମୂଲ୍ୟ ବୃଦ୍ଧି କରିବା ଲାଗି ଆବେଦନ କଲା ଓ ଅନ୍ୟ ଏକ ସରକାରୀ ସଂସ୍ଥା ଗ୍ରିଡକୋ ଏହାକୁ େକାର୍ଟରେ ବିେରାଧ କଲାନାହିଁ। ଫଳରେ ଆୟୋଗଙ୍କ ରାୟ କାଟ୍ ଖାଇଲା। ଏଥିସହିତ ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ଉପରେ ଏବେ ବିଦ୍ୟୁତ ଦର ବୃଦ୍ଧିର େବାଝ ଲଦି େହାଇଯିବା େନଇ ବାଟ େଖାଲିଛି।

ଖବର ଅନୁସାରେ, ଓପିଜିସିର ୧ ଓ ୨ ୟୁନିଟ୍ ୨୦୧୯-୨୦ ବର୍ଷରେ ୨୮୬୧.୬୦ ମିଲିୟନ୍ ୟୁନିଟ୍ ବିଦ୍ୟୁତ େଯାଗାଇବେ େବାଲି ଆକଳନ େହାଇଛି। ଏହି ସଂସ୍ଥା ପାଇଁ ଆେୟାଗ ୟୁନିଟ୍ ପିଛା ୧ଟଙ୍କା ୯୬ପଇସା ଧାର୍ଯ୍ୟ କରିଥିଲେ। ଏହା ବିେରାଧରେ ଓପିଜିସି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା। େକାର୍ଟରେ ସଂସ୍ଥା ଯୁକ୍ତି କରିଥିଲା େଯ ପୂର୍ବ ସର୍ତ ଅନୁସାରେ, ଆେୟାଗ ଧାର୍ଯ୍ୟ ଦରରେ ନୁହେଁ, ପିପିଏ ବା ପାଵାର ପରଚେଜ୍ ଏଗ୍ରିମେଣ୍ଟ ବଳରେ ହିଁ ଓପିଜିସି ପାଇଁ ବିଦ୍ୟୁତ ଦର ଧାର୍ଯ୍ୟ ହେବ। ଏଣୁ ଆେୟାଗଙ୍କ ବିଦ୍ୟୁତ ଦର ଗ୍ରହଣୀୟ ନୁହେଁ। ଗ୍ରିଡକୋ ବିରୋଧ ନ କରିବା କାରଣରୁ ସୁପ୍ରିମକୋର୍ଟ ୟୁନିଟ୍ ପିଛା ବିଦ୍ୟୁତ ଦେୟ ୨ଟଙ୍କା ୫୩ ପଇସାକୁ ବଢାଇ ଦେଇଛନ୍ତି। ଫଳରେ ୟୁନିଟ୍ ପିଛା ଅତିରିକ୍ତ ୫୭ ପଇସା ଗ୍ରିଡକୋ ମୁଣ୍ଡାଇବ ବା ଆୟୋଗ ଯଦି ରାୟ ସଂଶୋଧନ କରନ୍ତି ତେବେ ତାହା ଗ୍ରାହକଙ୍କ ମୁଣ୍ଡକୁ ଯିବ।

ପ୍ରଶ୍ନ ଉଠୁଛି, ବେଦାନ୍ତ ଭଳି ସଂସ୍ଥା ବାର୍ଷିକ ୨୯୩୬ ମିଲିୟନ ୟୁନିଟ୍ ବିଦ୍ୟୁତ େଯାଗାଣ ପାଇଁ ସମ୍ମତି େଦଇଛନ୍ତି। ୟୁନିଟ୍ ପିଛା ୨ଟଙ୍କା ୪୩ ପଇସା ହିସାବରେ ଦର ଧାର୍ଯ୍ୟ େହାଇଛି। ଘରୋଇ ବିଦ୍ୟୁତ ସଂସ୍ଥାମାନେ ୟୁନିଟ୍ ପିଛା ୨ଟଙ୍କା ୪୩ ପଇସାରେ ବିଦ୍ୟୁତ େଯାଗାଣ କରୁଥିବା ବେଳେ ୫୧ ପ୍ରତିଶତ ଅଂଶଧନ ଥିବା ଅର୍ଥାତ୍ ସରକାରଙ୍କ ସଂସ୍ଥା କାହିଁକି ଚଢା ଦରରେ ବିଦ୍ୟୁତ ବିକ୍ରି କରିବେ ତାହା ବୁଝାପଡୁନାହିଁ।

ଗ୍ରିଡକୋର ଜଣେ ବରିଷ୍ଠ ଅଧିକାରୀଙ୍କର କହିବା କଥା େହଉଛି, ଓପିଜିସିର ପ୍ରଥମ ଦୁଇଟି ୟୁନିଟ୍ ସ୍ଥାପିତ ହେବା ବେଳେ ତାଙ୍କ ପାଇଁ କିଛି ରିହାତି ବ୍ୟବସ୍ଥା କରାଯାଇଥିଲା ଓ ପାଵାର ପରଚେଜ୍ ଏଗ୍ରିମେଣ୍ଟ କଥା କୁହାଯାଇଥିଲା। ଏଣୁ ସେହି ଆଧାରରେ ଏବେ ସଂସ୍ଥା େକାର୍ଟ ଦ୍ବାରସ୍ଥ େହାଇଥିଲେ ଓ ସେମାନଙ୍କ ସପକ୍ଷରେ ରାୟ ଆସିଛି।

ବିେଶଷଜ୍ଞମାନଙ୍କର କହିବା କଥା, ଓପିଜିସିକୁ ଏକ େକାଲ୍ ବ୍ଲକ ପ୍ରଦାନ କରାଯାଇଛି। େକାଇଲା ଅଭାବ କାରଣରୁ ଘରୋଇ ବିଦ୍ୟୁତ ସଂସ୍ଥାର ଉତ୍ପାଦନ ବାଧାପ୍ରାପ୍ତ େହଉଛି। ଏପରିସ୍ଥଳେ ସରକାରୀ ସଂସ୍ଥା ସେମାନଙ୍କୁ ଆବଶ୍ୟକ କୋଇଲା େଯାଗାଣ କରି କମ୍ ଦରରେ ବିଦ୍ୟୁତ େଯାଗାଡ଼ କରିବା କଥା। ଏହା ନ କରି ସରକାର ତିରୋଟ ସମୟରେ ଦୈନିକ େକାଟି କୋଟି ଟଙ୍କା ଖର୍ଚ୍ଚ କରି ବିଦ୍ୟୁତ କିଣିଲେ କାହିଁକି?

ସେହିଭଳି ଅନିର୍ଦିଷ୍ଟ କାଳ ପାଇଁ ଓପିଜିସି ୧ ଓ ୨ ୟୁନିଟକୁ ସୁବିଧା ମିଳିବ? ଇଏ କି ପ୍ରକାର ସର୍ତ? ଏହାଦ୍ବାରା ଓପିଜିସି ଲାଭବାନ େହାଇପାରେ, କିନ୍ତୁ ବିଦ୍ୟୁତ ଉପଭୋକ୍ତା କ୍ଷତି ସହିବେ।

ସମ୍ବନ୍ଧିତ ଖବର