ମନ୍ତ୍ରୀଙ୍କ ସଭାରେ ବିଦ୍ୟୁତ୍‌ ଚୋରି!, ସେସୁ ସିଇଓଙ୍କୁ ଟୁଇଟ୍‌ କରି ଜଣାଇଲେ ଯୁବକ

କେନ୍ଦ୍ରାପଡା : କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ନିକଟରେ ନାରୀ କବି କୁନ୍ତଳା କୁମାରୀ ସାବତଙ୍କ ପ୍ରତିମୂର୍ତ୍ତି ଅନାବରଣ ସ୍ଥଳରେ ସଭା ଆୟୋଜନ କରାଯାଇଥିଲା। ଏଥିରେ ଟେଣ୍ଟ ଓ ସାଉଣ୍ଡ ପାଇଁ ବିଦ୍ୟୁତ ହୁକ୍‌ର ସାହାଯ୍ୟ ନିଆଯାଇଥିଲା। ଏହି ସଭାରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପ୍ରାଣିଗ୍ରାହୀ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ସେସୁ ସିଇଓ ଅରୁଣ ବୋଥ୍ରାଙ୍କୁ ଟୁଇଟ୍‌ କରି ଜଣାଇଥିଲେ। ଶ୍ରୀ ବୋଥ୍ରା ଏହି ଯୁବକଙ୍କୁ ପୁରସ୍କୃତ କରିଥିବା ଜଣାପଡ଼ିଛି। ସୂଚନା ଥାଉ କି, ଗତ କିଛି ମାସ ତଳେ ବିଦ୍ୟୁତ ଚୋରି ରୋକିବାକୁ ସେସୁ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲା। ବିଜୁଳି ଚୋରି ବିଷୟରେ କେହି ସୂଚନା ଦେଲେ ତାଙ୍କ ନାମ ଗୋପନ ରଖି ପୁରସ୍କାର ଦେବାକୁ ସେସୁ ସିଇଓ ଶ୍ରୀ ବୋଥ୍ରା ଘୋଷଣା କରିଥିଲେ। ଏପରିକି ସୂଚନାଦାତାଙ୍କୁ ଆଦାୟ ଜରିମାନାର ୧୦ ପ୍ରତିଶତ ଅର୍ଥ ପୁରସ୍କାର ଭାବେ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।

ସମ୍ବନ୍ଧିତ ଖବର