ବିଦ୍ୟୁତ୍‌ ଚୋରି ଓ ମିଟର୍‌ ଟ୍ୟାମ୍ପରିଂ ଅଭିଯୋଗ: ୫ ସରକାରୀ କର୍ମଚାରୀଙ୍କ ବିରୋଧରେ ମାମଲା

ଭବାନୀପାଟଣା : ଭବାନୀପାଟଣା ସହରର ନକ୍ଟିଗୁଡ଼ା ସବ୍‌ଡିଭିଜନ୍‌ ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ବିଦ୍ୟୁତ ଥାନା ଓ ଟାଟା ପାୱର ପକ୍ଷରୁ ଧରପଗଡ଼ କରାଯାଇଛି। ଘଟଣାରେ ୫ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରୁ ୩ଜଣ ବନବିଭାଗ କର୍ମଚାରୀ, ଜଣେ ଉପଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀ ବୋଲି ଜଣାପଡ଼ିଛି। ଟିଭିସେଣ୍ଟର ପଡ଼ାର ଲବ ପଣ୍ଡା, ବିଶ୍ବରଞ୍ଜନ ଯୋଷୀ, ବିଜୟ ମାଝୀ, ଅକ୍ଷୟ ରଥ ଓ ସାହୁ କଲୋନିର ସୁନୀଲ ବେହେରାଙ୍କ ଘରେ ଚଢ଼ଉ କରାଯାଇଛି। ଟାଟା ପାୱରର ସହକାରୀ ଯନ୍ତ୍ରୀ ଏହି ୫ଜଣଙ୍କ ବି‌ରୋଧରେ ବିଦ୍ୟୁତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏମାନେ ହୁକିଂ କରି ବିଦ୍ୟୁତ ବ୍ୟବହାର କରିବା ଓ ଜଣେ ମିଟର ଟ୍ୟାମ୍ପରିଂ କରିବା ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି। ଏହି ଘଟଣା ପରେ ଚୋରାରେ ବିଦ୍ୟୁତ ନେଉଥିବା ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର