କେନ୍ଦ୍ରାପଡ଼ାରେ ୩ ଦିନ ମଧ୍ୟରେ ବିଦ୍ୟୁତ୍‌ ଯୋଗାଣ ସ୍ୱାଭାବିକ ହେବ: ନବୀନ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାରେ ଆଗାମୀ ୩ ଦିନ ମଧ୍ୟରେ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହେବ। ସେହିପରି ଜଗତସିଂହପୁର ଜିଲ୍ଲାରେ ବିଦ୍ୟୁତ୍‌ ଜନିତ ସମସ୍ୟାର ସମାଧାନ ହେବା ପାଇଁ ଗୋଟିଏ ସପ୍ତାହ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସୂଚନା ଦେଇଛନ୍ତି। ସାମୁଦ୍ରିକ ଝଡ଼ ଫନି ସ୍ଥିତି ସମୀକ୍ଷା କରିବା ପରେ ନବୀନ ଏହା କହିଛନ୍ତି।

ବିଦ୍ୟୁତ ଯୋଗାଣ ନେଇ ସେସୁ ବରିଷ୍ଠ ମହାପ୍ରବନ୍ଧକ କହିଛନ୍ତି, ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ, ସଚିବାଳୟ, ବିମାନବନ୍ଦରକୁ ବିଦ୍ୟୁତ ସଂଯୋଗ କରାଯାଇଛି। ସେହିପରି ସମସ୍ତ ପାନୀୟ ଜଳ ଯୋଗାଣ ପମ୍ପ ହାଉସକୁ ମଧ୍ୟ ଯୋଗାଣ ହୋଇଛି। ଗଳିକନ୍ଦିର ରାସ୍ତାରେ ଗଛ ପଡ଼ିଥିବାରୁ କାମ ତୀବ୍ର କରାଯାଇ ପାରୁ ନାହିଁ।

ସମ୍ବନ୍ଧିତ ଖବର