ବ୍ୟାସନଗର: ବ୍ୟାସନଗର ସହରର ମିଶ୍ରିଲାଲ ପେଟ୍ରୋଲ ପମ୍ପ ନିକଟରେ ଆଜି ଏକ ସ୍କୁଲ ବସ ଧକ୍କାରେ କୋରେଇ ବିଦ୍ୟୁତ୍ ସେକ୍ସନରେ କାର୍ଯ୍ୟ କରୁଥିବା କର୍ମଚାରୀ ତାୟୁବ ଖାଁ (୫୬)ଙ୍କ ମୃତ୍ୟୁ ହୋଇଛି। ତାଙ୍କ ଘଣ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଗ୍ରାମରେ ବୋଲି ଜଣାପଡ଼ିଛି। ସେ ଧବଳଗିରି ଟିଟିଏସ କଲୋନିରେ ରହୁଥିବା ବେଳେ ଆଜି ମଧ୍ୟାହ୍ନରେ ପୁଅକୁ ସାଙ୍ଗରେ ଧରି କୌଣସି କାର୍ଯ୍ୟରେ ବଜାରକୁ ଆସିଥିଲେ। ମିଶ୍ରିଲାଲ ତେଲଟାଙ୍କି ନିକଟରେ ସ୍କୁଲ ବସ୍ରେ ଧକ୍କା ହୋଇ ପଡ଼ିଯାଇଥିଲେ। ଗାଡ଼ିର ପଛଚକ ତାଙ୍କ ମୁଣ୍ଡରେ ଚଢ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ଯାଜପୁରରୋହ୍ ଥାନା ଏସଆଇ ନିର୍ମଳ ସାହୁ, ଜ୍ୟୋତି ରଞ୍ଜନ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ସ୍କୁଲ ବସ୍କୁ ଜବତ କରି ଥାନାକୁ ନେଇଛନ୍ତି। ଚାଳକ ଫେରାର ହୋଇଯାଇଛି। ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୁଅ ସାହିଦ ଖାଁ ଥାନାରେ ଅଭିଯୋଗ କରିବା ପରେ ୩୬୧/୨୨ ମାମଲା ରୁଜୁ ହେଇଥିବା ତଦନ୍ତକାରୀ ଅଧିକାରୀ ଏସଆଇ ନିର୍ମଳ କୁମାର ସାହୁ ସୂଚନା ଦେଇଛନ୍ତି। ବିଦ୍ୟୁତ୍ କର୍ମଚାରୀଙ୍କ ପରଲୋକ ଖବର ପାଇବା ପରେ ଅଧୀକ୍ଷଣ ଯନ୍ତ୍ରୀ ବିଭୁ ରଞ୍ଜନ ସାହୁ, ଏସଡିଓ ପାର୍ଥସାରଥୀ ଦାସ, ଜେଇ ପ୍ରଦ୍ୟୁମ୍ନ ବରାଳ, କର୍ମଚାରୀ ହେମନ୍ତ ନାୟକ, ପ୍ରଦୀପ ଗାହାଣ, ବିଶ୍ୱରଞ୍ଜନ ତ୍ରିପାଠୀ, ରାମଚନ୍ଦ୍ର ରଥ, ଶ୍ୟାମ ସୁନ୍ଦର ଭୁତିଆ, ରତିକାନ୍ତ ମଲ୍ଲିକ, ଦେବାଶିଷ ଦାସ ପହଞ୍ଚି ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/29-8.jpg)