ଇଲେକ୍ଟ୍ରୋନିକ୍ସ୍‍ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ୍‌ ଚୋରି; ସିସିଟିଭିରେ ଦୁର୍ବୃତ୍ତର ଫଟୋ

ରାଉରକେଲା: ଗତରାତିରେ ସାର ନଗରୀ ଚିପ୍‌ ଟାଇପ୍‌ ମାର୍କେଟ୍‌ରେ ଥିବା ପାଢ଼ୀ ଇଲେକ୍ଟ୍ରୋନିକ୍ସ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ୍‌ ଓ ନଗଦ ଦଶ ହଜାରରୁ ଅଧିକ ଟଙ୍କା ଚୋରି ହୋଇଯାଇଛି।

ଚୋରି ହୋଇଥିବା କଥା ଦୋକାନ ମାଲିକ ରଶ୍ମିରଞ୍ଜନ ପାଢ଼ୀ ଆଜି ସକାଳେ ଜାଣିବା ପରେ ଟାଙ୍ଗରପାଲି ଥାନାରେ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛି।

ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ଯେ ଦୋକାନ ଘର ଆଜ୍‌ବେଷ୍ଟସ୍‌ ଭାଙ୍ଗି ଭିତରକୁ ପଶିଥିବା ର୍ଦୃବୃତ୍ତର ଫଟୋ ଭିତରେ ଲାଗିଥିବା ସିସିଟିଭିରେ ଉତ୍ତୋଳିତ ହୋଇଛି। ରଶ୍ମିରଞ୍ଜନ ଅଭିଯୋଗ କରିଛନ୍ତି କି, ଦୋକାନରୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୨୧ଟି ମୋବାଇଲ୍‌ ଏବଂ ନଗଦ ୧୦ ହଜାରରୁ ଅଧିକ ଟଙ୍କା ଚୋରି ହୋଇଛି।

Image Source: The Express Tribune

ଦୋକାନ ବାହାରେ ସିସିଟିଭି ନ ଥିବାରୁ ଏହି ଚୋରି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ କି, ନାହିଁ ହଠାତ୍‌ ଜଣାପଡ଼ିନାହିଁ। ଦୋକାନ ଭିତରକୁ କେବଳ ଜଣେ ବ୍ୟକ୍ତି ପଶିଥିବା ସିସିଟିଭିରୁ ଜଣାପଡ଼ିଛି। ସେ ବ୍ୟକ୍ତିଜଣକ ଟାଙ୍ଗରପାଲି ଅଞ୍ଚଳର ହୋଇଥିବାରୁ ଖୁବ୍‌ ଶୀଘ୍ର ଧରାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର