ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ କୋଇଡାରେ ଏକ ଇଲେକ୍ଟ୍ରୋନିକ୍ସ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କା ସମ୍ପତ୍ତି ଜଳିଯାଇଥିବା ଜଣାଯାଇଛି
ମିଳିଥିବା ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ କୋଇଡ଼ାଠାରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଦୋକାନରେ ଗତକାଲି ବିଳମ୍ବିତ ରାତ୍ରିରେ ନିଆଁ ଲାଗି ଦୋକାନରେ ଥିବା ସମସ୍ତ ଇଲେକ୍ଟ୍ରୋନିକ୍ସ ଜିନିଷ ପୋଡ଼ି ପାଉଁଶ ହୋଇଥିବା ଦେଖିବାକୁ ମିଳିଛି ।ଏହା ଫଳରେ ପ୍ରାୟ ଲକ୍ଷାଧିକ ଟଙ୍କାର ଦ୍ରବ୍ୟ ନଷ୍ଟ ହୋଇଛି। ଏଥିରେ ଏସି, ଫ୍ରିଜ୍, ଟେଲିଭିଜନ୍, ୱାସିଂ ମେସିନ୍, ଭଲି ଅନେକ ଇଲକ୍ଟ୍ରୋନିକସ ଦ୍ରବ୍ୟ ଥିଲା l
ଗତକାଲି ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବା ବେଳେ କେତେକ ଲୋକ ଏହାକୁ ଦେଖି ଦୋକାନୀଙ୍କୁ ପ୍ରଥମେ ଖବର ଦେଇଥିଲେ। ତାପରେ କୋଇଡ଼ା ଦମକଳ ବାହିନୀକୁ ବି ଜଣାଇଥିଲେ। ଏହାପରେ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ପ୍ରାୟ ୫ ଘଣ୍ଟା ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା, ସଟ ସର୍କିଟ ବା ଅନ୍ୟ କୌଣସି କାରଣରୁ ଏହି ନିଆଁ ଲାଗିଛି ତାହା ଜଣା ପଡ଼ିନାହିଁ। ତେବେ ପୁଲିସ ଏହି ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/koida-2019-09-01-09h49m23s386.png)