ଭୁବନେଶ୍ୱର: ଦିନକୁ ଦିନ ଦଳଗୁଡ଼ିକ ନିର୍ବାଚନ ଖର୍ଚ୍ଚ ବଢ଼ାଇ ଚାଲିଥିବା ବେଳେ ଏବେ ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ରାଜନୈତିକ ଦଳ ପାଇଁ ଟଙ୍କା ସଂଗ୍ରହ କରାଯାଉଛି । ରାଜନୈତିକ ଦଳଗୁଡ଼ିକ ନିିକଟରେ ୨୦୧୮-୧୯ ବାର୍ଷିକ ଅଡିଟ୍ ରିପୋର୍ଟ ଦାଖଲ କରିଥିବା ବେଳେ, ଦଳ ଭିତରେ ଶାସନ କ୍ଷମତାରେ ଥିବା ବିଜେପି ସବୁଠାରୁ ଅଧିକ ଟଙ୍କାର ଚାନ୍ଦା ସଂଗ୍ରହ କରିଥିବା ଦେଖାଯାଇଛି । ସେହିଭଳି ଦେଶର ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ବିଜୁ ଜନତା ଦଳ(ବିଜେଡ଼ି) ସବୁଠାରୁ ଅଧିକ ୮୫ ପ୍ରତିଶତ ଅର୍ଥ ଇଲେକ୍ଟୋରାଲ୍ ବଣ୍ଡ୍ ଜରିଆରେ ଅର୍ଥ ସଂଗ୍ରହ କରିଛି। ନିର୍ବାଚନ କମିସନଙ୍କ ନିକଟରେ ବିଜେପି, କଂଗ୍ରେସ ଓ ବିଜେଡ଼ି ଭଳି ସମସ୍ତ ରାଜନୈତିକ ଦଳ ୨୦୧୮-୧୯ର ବାର୍ଷିକ ଅଡିଟ୍ ରିପୋର୍ଟ ଦାଖଲ କରିଛନ୍ତି।
/sambad/media/post_attachments/wp-content/uploads/2019/11/Election_CoVmmissio12n_newindian-express.jpg)
୨୦୧୯ ନିର୍ବାଚନ ବର୍ଷ ଥିବାରୁ ପୂର୍ବ ବର୍ଷ ତୁଳନାରେ ସବୁ ଦଳର ଆୟ ବଢ଼ିଛି । ସବୁଠାରୁ ଅଧିକ ଆୟ କରିଛି ଜାତୀୟ ଦଳ ଭାରତୀୟ ଜନତା ପାର୍ଟି । ବିଜେପି ସର୍ବାଧିକ ୨୪୧୦.୦୮ କୋଟି ଟଙ୍କା ଦାନ ପାଇଥିବା ବେଳେ ଏଥିରୁ ୧୪୫୦.୮୪ କୋଟି ଟଙ୍କା ଅର୍ଥାତ୍ ୬୦ ପ୍ରତିଶତ ଅର୍ଥ ଇଲେକଟୋରାଲ ବଣ୍ଡ ଜରିଆରେ ଆଣିଛି । ସେହିଭଳି କଂଗ୍ରେସ ୨୦୧୮-୧୯ ଆର୍ଥିକ ବର୍ଷରେ ୯୧୮.୦୩ କୋଟି ଟଙ୍କା ଚାନ୍ଦା ସଂଗ୍ରହ କରିଥିବା ବେଳେ ଏଥିରୁ ୩୮୩.୨୬ କୋଟି ଟଙ୍କା ଅର୍ଥାତ୍ ୪୧ ପ୍ରତିଶତ ଟଙ୍କା ଇଲେକଟୋରାଲ ବଣ୍ଡ ଜରିଆରେ ପାଇଛି ।
ଆମ ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜେଡ଼ି ଗୋଟିଏ ଆଞ୍ଚଳିକ ଦଳ ଭାବରେ ସବୁଠାରୁ ଅଧିକ ୮୫ ପ୍ରତିଶତ ଦାନ ଇଲେକଟୋରାଲ ବଣ୍ଡ ଓ ଇଲେକକେଟ୍ରାରାଲ୍ ଟ୍ରଷ୍ଟ ଜରିଆରେ ସଂଗ୍ରହ କରିଛି । ନିର୍ବାଚନ କମିସନଙ୍କୁ ବିଜେଡି ପକ୍ଷରୁ ଦାଖଲ କରାଯାଇଥିବା ଆୟବ୍ୟୟ ହିସାବରେ ୨୦୧୮-୧୯ ଆର୍ଥିକ ବର୍ଷରେ ବିଜେଡି ସର୍ବାଧିକ ୨୪୨,୮୬, ୬୦୮୦୦ ଟଙ୍କା ଅର୍ଥାତ ପାଖାପାଖି ୨୪୩ କୋଟି ଟଙ୍କା ଚାନ୍ଦା ସଂଗ୍ରହ କରିଛି। ଏଥିରୁ ୮୫ ପ୍ରତିଶତ ଅର୍ଥ ଇଲେକଟୋରାଲ ବଣ୍ଡ ଓ ଇଲେକକେଟ୍ରାରାଲ୍ ଟ୍ରଷ୍ଟ ଜରିଆରେ ଦଳ ପାଇଛି ।