ଜଳେଶ୍ୱର: ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବେ ପଶ୍ଚିମବଙ୍ଗ ବାଲି ମାଫିଆଙ୍କ ବାଲି ଉତ୍ତୋଳନ ପ୍ରସଙ୍ଗରେ ଏନ୍ଜିଟିରେ ଦାୟର ହୋଇଥିବା ମାମଲାର ଶୁଣାଣି ଆଜି ଦିଲ୍ଲୀସ୍ଥିତ ପ୍ରିନ୍ସିପାଲ ବେଞ୍ଚ୍ରେ ହୋଇଥିବାବେଳେ ପଶ୍ଚିମବଙ୍ଗ ସରକାର କିମ୍ବା ପଶ୍ଚିମ ମେଦିନାପୁର ଜିଲ୍ଲା ପ୍ରଶାସନ ଏନ୍ଜିଟିଙ୍କ ନୋଟିସର କୌଣସି ଉତ୍ତର ରଖି ନାହାନ୍ତି। ଏହାକୁ ନେଇ ମାନ୍ୟବର ବିଚରାପତି ବିରକ୍ତି ପ୍ରକାଶ କରିଛନ୍ତି। ସେହିପରି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ଭିଡିଓ କନ୍ଫରେନସିଂ ଜରିଆରେ ଅନୁଷ୍ଠିତ ହେବ ବୋଲି ଆଜି ଏନ୍ଜିଟି ଶୁଣାଇଛନ୍ତି। ଏନ୍ଜିଟିର ଜଜ୍ ଭାବେ ମାନ୍ୟବର ରାଘବେନ୍ଦ୍ର ସିଂ ରାଠୋର ଓ ସତ୍ୟେନ୍ଦ୍ର ଗୋର୍ବାଲ ଶୁଣାଣି ଆରମ୍ଭରୁ ଉପସ୍ଥିତ ଥିଲେ। ବାଲି ଉତ୍ତୋଳନ ପ୍ରସଙ୍ଗରେ ଏନ୍ଜିଟିରେ ଆବେଦନକାରୀ ସୁଦର୍ଶନ ଦାସଙ୍କ ଓକିଲ ଭାବେ ରାହୁଳ ଗାଙ୍ଗୁଲି ଓ ରିତ୍ତିକ ଦତ୍ତ ଆଲୋଚନାରେ ଭାଗନେଇ ଅଭିଯୋଗ ଆଣିଥିଲେ ଯେ, ଏନ୍ଜିଟିର ଅନ୍ତରୀଣ ଆଦେଶକୁ ପଶ୍ଚିମବଙ୍ଗ କାର୍ଯ୍ୟକାରୀ କରୁନି। ସେହିପରି ପୂର୍ବରୁ ପଶ୍ଚିମ ମେଦିନାପୁର ଜିଲ୍ଲାପାଳ ଯେଉଁ ଏକ୍ସନ୍ ଟେକେନ୍ ରିପୋର୍ଟ ପ୍ରଦାନ କରିଥିଲେ ତାହା ଅତ୍ୟନ୍ତ ହାସ୍ୟାସ୍ପଦ ଓ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଯୁକ୍ତି କରାଯାଇଥିଲା। ଏ ଦିଗରେ ଉଭୟ ରାଜ୍ୟ ସରକାର ଠୋସ୍ ପଦକ୍ଷେପ ନେବା ଦରକାର ବୋଲି ଆବେଦନକାରୀଙ୍କ ତରଫରୁ ଦୁଇ ଆଇନଜୀବୀ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ।
ଏନ୍ଜିଟିରେ ଉତ୍ତର ରଖିଲାନି ପଶ୍ଚିମବଙ୍ଗ
ସୁବର୍ଣ୍ଣରେଖାରୁ ବେଆଇନ ବାଲି ଉତ୍ତୋଳନ ପ୍ରସଙ୍ଗ
/sambad/media/post_attachments/wp-content/uploads/2018/08/jls-NGT.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)