ବୈଶିଙ୍ଗା : ବେତନଟୀ ରେଞ୍ଜ ବୈଶିଙ୍ଗା ବନପାଳ ଅଞ୍ଚଳରେ କିଛି ଦିନ ହେଲା ଉତ୍ପାତ କରୁଥିବା ଦନ୍ତାହାତୀଟି ଶନିବାର ରାତି ପ୍ରାୟ ୯ଟା ସମୟରେ ଖାଦ୍ୟ ଅନ୍ୱେଷଣରେ ମନ୍ତ୍ରୀଡ଼ାହି ଗ୍ରାମରେ ପଶିଥିଲା। ଭୋକିଲା ହାତୀଟି ଗ୍ରାମର କାର୍ତ୍ତିକ ଚନ୍ଦ୍ର ମନ୍ତ୍ରୀଙ୍କ ଘର ବାରଣ୍ଡାରେ ଥିବା ଫୁରାଡନ ବିଷକୁ ଖାଦ୍ୟ ଭାବି ଖାଇ ଦେଇଥିଲା। ବାଇଗଣ ବାଡ଼ି ପୋକ ମାରିବାକୁ ଉକ୍ତ ବିଷ ରଖିଥିଲେ କାର୍ତ୍ତିକ। ହାତୀଟି ବିଷ ଖାଇବାର ଅଳ୍ପ ସମୟ ପରେ ଅସୁସ୍ଥ ହୋଇ ପଡ଼ିଥିଲା । ଖବର ପାଇ ବନବିଭାଗ କର୍ମଚାରୀ ପହଞ୍ଚି ହାତୀର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି। ରେଞ୍ଜର ଘନଶ୍ୟାମ ସିଂଙ୍କ କହିବା ମୁତାବକ ହାତୀଟି ସ୍ଥାନୀୟ ବାଛୁରୀପଡା ଜଙ୍ଗଲକୁ ଚାଲିଯାଇଛି ଓ ଏହାର ଉପରେ ନଜର ରଖାଯାଇଛି।
ଖାଦ୍ୟ ଭାବି ବିଷ ଖାଇଦେଲା ଦନ୍ତା
/sambad/media/post_attachments/wp-content/uploads/2022/07/ele.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)