ତେଲକୋଇ : କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଆକୁଳ ମୁଣ୍ଡା ସାହିରେ ହାତୀପଲ ଘର ଭାଙ୍ଗିଛନ୍ତି। ଗତକାଲି ବିଳମ୍ବିତ ରାତିରେ ମୁଣ୍ଡା ସାହିରେ ଉପଦ୍ରବ ଚଳାଇଥିଲେ। ସାହିର ଶିବ ମୁଣ୍ଡାଙ୍କ ଘର ଭାଙ୍ଗି ଧାନଚାଉଳ ଖାଇଗଲେ। ଘରେ ଶୋଇଥିବା ବେଳେ ୪ଟିକିଆ ହାତୀପଲ ଘର ଭାଙ୍ଗିବା ଫଳରେ ଜଣେ ୭ବର୍ଷର ଶିଶୁ କନ୍ୟାର ମୁଣ୍ଡରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ସେ ବେହୋସ ହୋଇପଡ଼ିଥିଲେ। ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ହାତୀପଲକୁ ଘଉଡାଇବାରେ ସକ୍ଷମ ହୋଇଥିଲେ। ଆହତ ଶିଶୁକୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଏବେ ଶିଶୁର ଅବସ୍ଥା ଭଲ ଅଛି। ତେଲକୋଇ ରେଞ୍ଜରେ ହାତୀ ଉପଦ୍ରବ ଜାରି ରହିଥିଲେ ମଧ୍ୟ ହାତୀପଲଙ୍କୁ ଘଉଡାଇ ଲୋକଙ୍କ ଧନଜୀବନ ରକ୍ଷା କରିବାରେ ବନବିଭାଗ ବିଫଳ ହୋଇଥିବା ଅଭିଯୋଗ ହୋଇଛି।
ଘର ଭାଙ୍ଗିଲେ ହାତୀପଲ
/sambad/media/post_attachments/wp-content/uploads/2022/07/keonjhar-ele.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)