ରିଆମାଳ : ରିଆମାଳ ବ୍ଲକ୍ରେ ହାତୀଙ୍କ ଉପଦ୍ରବ ଥମିବାର ନାଁ ଧରୁନି। ଶନିବାର ରାତିରେ ଖିଲେଇ ପଞ୍ଚାୟତ ଚୁଆଖୋଳ ଗ୍ରାମରେ ଏକ ଦନ୍ତା ହାତୀ ୧୦ ଜଣଙ୍କ ପନିପରିବା ବଗିଚାରେ ପଶି ଫସଲ ନଷ୍ଟ କରିଛି। ଫଳରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସେହିପରି ଗ୍ରାମର କୃଷ୍ଣଚନ୍ଦ୍ର ଧିବରଙ୍କ ଚାଳଘରକୁ ଭାଙ୍ଗି ଧାନ, ଚାଉଳ ଖାଇଦେଇଛି। ଘରଟି ସଂପୂର୍ଣ୍ଣ ଭାଙ୍ଗିଯାଇଥିବାରୁ କୃଷ୍ଣଙ୍କ ପରିବାର ବାସହୀନ ହୋଇ ପଡ଼ିଛନ୍ତି। ପରିବାରର ୫ ସଦସ୍ୟ ପଡ଼ିଶା ଘରେ ଆଶ୍ରୟ ନେଇଛନ୍ତି। ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ କ୍ଷତିପୂରଣ ଓ ଘର ଭାଙ୍ଗିଥିବା କୃଷ୍ଣଚନ୍ଦ୍ରଙ୍କୁ ଏକ ଘର ଯୋଗାଇ ଦେବାକୁ ଦାବି ହୋଇଛି।
ରିଆମାଳ ବ୍ଲକ୍ରେ ଦନ୍ତା ଉପଦ୍ରବ: ପରିବା ନଷ୍ଟ କଲେ, ଘର ଭାଙ୍ଗିଲେ
/sambad/media/post_attachments/wp-content/uploads/2021/01/43ee0da3-a215-4cc3-89be-e70cf050f05e.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)