ପୁଣି ହାତୀ ଆତଙ୍କ : ଫସଲ ଚକଟିଲେ, ଭାଙ୍ଗିଲେ ଟିଲର୍‌

ଗଡ଼ପୋଷ : ବାମରା ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଗଡ଼ପୋଷ ଅଞ୍ଚଳରେ ଗୋଟିଏ ସପ୍ତାହ ପରେ ପୁଣି ହାତୀମାନେ ଆତଙ୍କ ଖେଳାଇଛନ୍ତି। ଚାଷୀମାନେ ଚାଷ କରିବାକୁ ମଧ୍ୟ ଭୟ କରୁଛନ୍ତି। ରବଗା ପଞ୍ଚାୟତରେ ପ୍ରାୟ ୧୦ଟି ହାତୀ ଫସଲ ନଷ୍ଟ କରି ଦେଇଛନ୍ତି। ଏକ ପାଓ୍ଵାର ଟିଲର୍‌ ମଧ୍ୟ ଭାଙ୍ଗି ଦେଇଛନ୍ତି। ବିଲ ହିଡ଼ରେ ଥିବା ପଲ୍‌ହା ମଧ୍ୟ ନଷ୍ଟ କରି ଦେଇଛନ୍ତି। ହାତୀ ପଲ ଭୟ ଏବେ ଉଭୟ ବନ ବିଭାଗ ଓ ଚାଷୀଙ୍କ ପାଇଁ ଦାଉ ସାଧୁଛି। ଏହାର ପ୍ରତକାର ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର