ମହିଳାଙ୍କୁ ହାତୀ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଭଞ୍ଜନଗର: ଜଗନ୍ନାଥ ପ୍ରସାଦ ରେଞ୍ଜ ଅନ୍ତର୍ଗତ ଗେରେଡା ପଞ୍ଚାୟତର ନାରାୟଣପଲ୍ଲୀ ଗାଁର ଜଣେ ମହିଳାଙ୍କୁ ହାତୀ ଆକ୍ରମଣ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜଗନ୍ନାଥ ପ୍ରସାଦ ରେଞ୍ଜ ଅନ୍ତର୍ଗତ ଗେରେଡା ପଞ୍ଚାୟତର ନାରାୟଣପଲ୍ଲୀ ଗାଁର ମାୟା ନାୟକ ଛତୁ ସଂଗ୍ରହ ପାଇଁ ନିକଟସ୍ଥ ବଡପଡିଆ ଜଙ୍ଗଲକୁ ଯାଇଥିବା ବେଳେ ଏକୁଟିଆ ହାତୀ ସହ ମୁହାଁମୁହିଁ ହୋଇଯାଇଥିଲେ । ତାଙ୍କ ସହ ନିଜ ଝିଅ ବି ଯାଇଥିଲା।

ମାଆଙ୍କୁ ହାତୀ ଆକ୍ରମଣ କରୁଥିବାର ଦେଖି ଝିଅ ଦଉଡି ପଳାଇ ଯାଇଥିଲା। କୀନ୍ତୁ ମାଆ ମାୟା ନାୟକ ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀ ନିଜ ଶୁଣ୍ଢରେ ମାୟାଙ୍କୁ ଫିଙ୍ଗିଦେଇ ଚାଲିଯାଇଥିଲା ।

image source-sentinelassam.com

ଝିଅ ଆସି ଗାଁରେ କହିବା ପରେ ଗ୍ରାମବାସୀମାନେ ସେଠାରେ ପହଞ୍ଚି ମାୟା ନାୟକଙ୍କୁ ଉଦ୍ଧାର କରିଥିଲେ। ଏହାପରେ ତାଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି । ଏବେ ସେଠାରେ ମାୟାଙ୍କର ଚିକିତ୍ସା ଚାଲିଥିବାର ସୂଚନା ମିଳିଛି। ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର