ନିଜର ଆମ୍ବ ବଗିଚାକୁ ଯାଇଥିବା ବେଳେ ବୃଦ୍ଧଙ୍କୁ ଦଳି ଦେଲା ହାତୀ

ଭଦ୍ରକ: ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ୍ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ବନ୍ତ ବ୍ଲକ୍ ଅନ୍ତର୍ଗତ ଆଗରପଡ଼ା ନିକଟସ୍ଥ ମହାନ୍ତିପଡ଼ା ଗ୍ରାମର ମାଗୁଣି ବେହେରା(୭୦) ଆଜି  ସକାଳ ୬ଟା ସମୟରେ ନଦୀ ତଟରେ ଥିବା ନିଜର ଆମ୍ବ ଓ ପଣସ ବଗିଚାକୁ ଯାଇଥିଲେ।  ଏହି ସମୟରେ ଏକ ହାତୀ ମାଗୁଣିଙ୍କୁ ଆକ୍ରମଣ କରି ପାଦରେ ଦଳି ଦେଇଥିଲା।

ମାଗୁଣିଙ୍କ ଚିତ୍କାର ଶୁଣି ଲୋକେ ଆସିବା ବେଳକୁ ହାତୀଟି ଚାଲିଯାଇଥିଲା। ସେତେବେଳକୁ ମାଗୁଣି ବେହେରାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସୂଚନାଯୋଗ୍ୟ ଗତ ୯ଦିନ ହେବ କେନ୍ଦୁଝର-ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତରେ ଥିବା ଆଗରପଡ଼ା ଅଞ୍ଚଳରେ ହାତୀପଲ ବୁଲୁଥିବାର ଦେଖିବାକୁ ମିଳୁଛି।

 

ସମ୍ବନ୍ଧିତ ଖବର