ବନ୍ତଳା : ଅନୁଗୁଳ ବ୍ଳକ ବନ୍ତଳା ବନାଞ୍ଚଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି ହାତୀ ଆକ୍ରମଣ। ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଲୋକଙ୍କ ଜୀବନହାନି ଘଟିବା ସତେ ଯେମିତି ଏକ ସାଧାରଣ ଘଟଣା ହେଲାଣି। ଗତ ୪ମାସ ଭିତରେ କେବଳ ଏହି ବନାଞ୍ଚଳରେ ୧୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଏଥିଯୋଗୁଁ ଅଞ୍ଚଳରେ ଚାପା ଅସନ୍ତୋଷ ଲାଗିରହିଛି। ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ କାଳ କାଟୁଛନ୍ତି। ବିଭିନ୍ନ ବ୍ୟକ୍ତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଗତ ଜାନୁଆରି ୨ ତାରିଖରେ ହମାମିରାର ନିତା ଗୋଛାୟତ, ଜାନୁଆରି ୭ରେ ଛେଳିଆପଡ଼ାର ସୁବାସ ବିଶ୍ବାଳ, ଫେବ୍ରୁଆରି ୧ରେ ବସଲାର ସିଦ୍ଧେଶ୍ବର ସେଠୀ, ମାର୍ଚ୍ଚ ୧ ତାରିଖରେ ବସଲାର ଦିବାକର ସାହୁ, ମାର୍ଚ୍ଚ ୨୨ ତାରିଖରେ ମହୀଧରପଡ଼ାର ଗଣେଶ୍ବର ବେହେରା,ଏପ୍ରିଲ୍ ୧୮ ତାରିଖରେ କନ୍ତମେଘର ରାମଚନ୍ଦ୍ର ସାହୁ, ଏପ୍ରିଲ୍ ୨୪ ତାରିଖରେ ମୂଳି ପ୍ରଧାନ ଓ ଗୌରୀ ରାଉଳ ଏବଂ ୨୯ ତାରିଖ ମରଣ୍ଡା ଗାଁର ଝଟକ ବେହେରାଙ୍କର ହାତୀ ଆକ୍ରମଣରେ ପ୍ରାଣହାନି ଘଟିଛି।