ଚମ୍ପୁଆ : ଚମ୍ପୁଆ ବ୍ଲକରେ ହାତୀପଲଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାତି ପ୍ରାୟ ୩ ଟା ବେଳେ ଏକ ୭ଟିକିଆ ହାତୀପଲ ମୟୂରଭଞ୍ଜ ଜିଲ୍ଲାରୁ ବୈତରଣୀ ନଦୀ ପାର ହୋଇ ରୂପା କୁଣ୍ଡ ମନ୍ଦିରର ନୂତନ ଭାବେ ନିର୍ମାଣ କରା ଯାଇ ଥିବା ପାଚେରି ଭାଙ୍ଗି ମନ୍ଦିର ହତା ଭିତରେ ଥିବା ବିଭିନ୍ନ ପ୍ରକାର ଫୁଲ ଗଛ ନଷ୍ଟ କରି ଦେଇଛନ୍ତି। ମନ୍ଦିର ସମ୍ମୁଖରେ ଥିବା ବୃଷଭକୁ ତାଡି ଫିଙ୍ଗି ଦେଉଛନ୍ତି। ଏହା ସହିତ ଚାଷ କରା ଯାଇଥିବା ପନି ପରିବା ନଷ୍ଟ କରି ଦେଇଛନ୍ତି।
ସେହିପରି ଏକ ଗୋଠ ଛଡ଼ା ଦନ୍ତା ହାତୀ ରଜିଆ ପଞ୍ଚାୟତର ପତଳା ଗ୍ରାମରେ ପଶି ଡବର ମୁଣ୍ଡାଙ୍କ ଘରର କବାଟ ଭାଙ୍ଗି ଘର ଭିତରେ ଥିବା ଧାନ ଚାଉଳ ଖାଇ ଦେଇ ଥିବା ବେଳେ ପରିବା ଚାଷ ମାଡ଼ି ଦଳି ଦେଇଛନ୍ତି। ଏହି ଗୋଠ ଛଡ଼ା ଦନ୍ତା ହାତୀଟି ଏଣେତେଣେ ହୋଇ ଗାଁ ଭିତର ପଶିଯାଉଛି। ହାତୀ ଉପଦ୍ରବ ଯୋଗୁଁ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ତୁରନ୍ତ ବନ ବିଭାଗ ହାତୀପଲ ଘଉଡ଼ାଇବା ସହିତ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।