ଅନୁଗୁଳ: ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ରେଞ୍ଜ ଅଞ୍ଚଳରେ ଆଜି ପୁଣି ହାତୀ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ଆଜି ଏହାର ଶିକାର ହୋଇଛନ୍ତି ପାଣ୍ଡବ ସାହୁ । ତାଙ୍କ ଘର ଛେଣ୍ଡିପଦା ଅଞ୍ଚଳରେ ବୋଲି ଜଣାଯାଇଛି। ପାଣ୍ଡବଙ୍କର ବୟସ ୫୦ ବର୍ଷ।
ଆଜି ସକାଳ ୯ଟା ବେଳେ ସେ ଘରୁ ବାହାରି ଯାଉଥିବା ବେଳେ ହାତୀ ଆକ୍ରମଣ କରିଥିବା ଜଣାଯାଇଛି। ହାତୀ ଆକ୍ରମଣ ଫଳରେ ସେ ଆହତ ହୋଇଥିବା ଜଣାଯାଇଛି। ତାଙ୍କର ବାମ ଗୋଡ ଓ ଛାତି ଉପରେ ହାତୀଟି ପାଦ ପକାଇ ଦେଇଥିବା ବେଳେ ତାଙ୍କୁ ଟେକି ଫୋପାଡ଼ି ଦେଇଥିଲା। ଏହା ଫଳରେ ତାଙ୍କର ବାମ ଗୋଡ଼ ଭାଙ୍ଗିଯାଇଥିବା ଜଣାଯାଇଛି।
/sambad/media/post_attachments/wp-content/uploads/2019/09/angul-dist-hospital-health.odisha.gov_.in_-300x195.jpg)
ଖାଲି ସେତିକି ନୁହେଁ, ପାଣ୍ଡବଙ୍କ ଛାତିରେ ବି ଗଭୀର ଆଘାତ ଲାଗିଥିବା କୁହାଯାଉଛି। ଏଘଟଣା ସଂପର୍କରେ ଜାଣିବାପରେ ତାଙ୍କ ସଂପର୍କୀୟ ଏବଂ ସ୍ଥାନୀୟ ଅଧିବାସୀମାନେ ତାଙ୍କୁ ପ୍ରଥମେ କୋଶଳା ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ପାଣ୍ଡବଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସଂପ୍ରତି ସେ ସେଠାରେ ଚିକିତ୍ସିତ ହେଉଛନ୍ତି।