ପୁଣି ଫେରିଲା ଗୋଠଖଣ୍ଡିଆ ଦନ୍ତା ହାତୀ 

କୁତ୍ରା (ସୁନ୍ଦରଗଡ଼): କିଛି ଦିନର ନୀରବତା ପରେ ପୁଣି କୁତ୍ରା ବ୍ଲକ ଅନ୍ତର୍ଗତ ବଡଗାଁ ବନାଞ୍ଚଳ ପଞ୍ଚରା, ନୂଆଗାଁ ଅଞ୍ଚଳରେ ଗୋଠଖଣ୍ଡିଆ ଦନ୍ତା ହାତୀ ଆତଙ୍କ ଖେଳାଇଛି। ହାତୀ ଧାନ ଖେତରେ ପଶି ଫସଲ ଖାଇ ଦଳିମକଚି ନଷ୍ଟ କରିଦେଉଛି । ବିଶେଷ କରି ଉକ୍ତ ଦନ୍ତା ହାତୀଟି ଏହି ଅଞ୍ଚଳର ଲୋକଙ୍କ ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ବ୍ୟାପକ କ୍ଷୟକ୍ଷତି କରିଥାଏ। ତେଣୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଗତ ରାତିରେ ଧାନ ଫସଲ ଖାଇ ବର୍ତ୍ତମାନ ଦନ୍ତା ହାତୀଟି ନୂଆଗାଁ ଜଙ୍ଗଲରେ ଥିବା ଜଣା ପଡିଛି।  ବନବିଭାଗ ଏଦିଗରେ ଦୃଷ୍ଟି ଦେଇ ତୁରନ୍ତ ହାତୀ ଘଉଡେଇବା ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର